Only for Entertainment

ଭାରତର ଏକମାତ୍ର ରେଲୱେ ଷ୍ଟେସନ ଯେଉଁଠିକୁ ଯିବା ପାଇଁ ପଡେ ପାସପୋର୍ଟର ଆବଶ୍ୟକତା

railnews
0 34

କ’ଣ ଆପଣ ଜାଣିଛନ୍ତି କି ଦେଶରେ ଏକ ଏମିତି ରେଲୱେ ଷ୍ଟେସନ ଅଛି, ଯେଉଁଠି କି ଯିବା ପାଇଁ ପାସପୋର୍ଟର ଆବଶ୍ୟକତା ପଡେ । ଏହାକୁ ବିଶ୍ୱାସ କରିବା ମୁସ୍କିଲ କିନ୍ତୁ ବାସ୍ତବରେ ଏହା ସତ୍ୟ ଅଟେ । ଆଜ୍ଞା ହଁ, ଏହି ଷ୍ଟେସନକୁ ବିନା ପାସପୋର୍ଟରେ ଯିବା ବେଆଇନ ଧରାଯାଏ ।

ଜଣାଇଦେଉଛୁ ଯେ ଏହା ଦେଶର ଏକମାତ୍ର ରେଳ ଷ୍ଟେସନ୍, ଯେଉଁଠି ପାସପୋର୍ଟ ଅନିବାର୍ଯ୍ୟ । ଏହି ରେଲୱେ ଷ୍ଟେସନର ନାଁ ଅଟାରୀ । ଏହି ସ୍ଥାନକୁ ଯିବା ପାଇଁ ପାକିସ୍ଥାନୀ ଭିଜା ଅନିବାର୍ଯ୍ୟ କରି ଦିଆଯାଇଛି । ୨୪ ଗୁପ୍ତ ଏବଂ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ୨୪ ଘଣ୍ଟା ଏହି ରେଲୱେ ଷ୍ଟେସନ ଘେରି ହୋଇଥାଏ । ଏହି ରେଲୱେ ଷ୍ଟେସନ୍ କୁ ବିନା ଭିଜାରେ ପହଂଚିଲେ କୈାଣସି ବି ନାଗରିକଙ୍କୁ ୧୪ ତୁରନ୍ତ ଆକ୍ଟ ଅଧିନରେ ମାମଲା ରୁଜୁ ହୋଇଥାଏ ଏବଂ ବହୁତ କଷ୍ଟରେ ଜାମିନ୍ ମିଳେ ।

attari-railway-station.

ଏହି ରେଲୱେ ଷ୍ଟେସନ୍ ରୁ ସବୁଠାରୁ ଭିଭିଆଇପି ଟ୍ରେନ ସମଝୈାତା ଏକ୍ସପ୍ରେସକୁ ସବୁଜ ପତାକା ଦେଖାଯାଏ । ଏହା ଦେଶର ପ୍ରଥମ ରେଲୱେ ଷ୍ଟେସନ ଯେଉଁଠି ଟ୍ରେନ୍ କୁ ସବୁଜ ପତାକା ଦେଖାଇବା ପାଇଁ ସୀମା ଶୁଳ୍କ ବିଭାଗ ସହିତ ଟ୍ରେନରେ ବସିଥିବା ଯାତ୍ରୀଙ୍କ ଠାରୁ ଅନୁମତି ନିଆଯାଇଥାଏ । ଏହି ରେଲୱେ ଷ୍ଟେସନ ଠାରୁ ପ୍ରତ୍ୟେକ ରେଳ ଟିକେଟ୍ କିଣୁଥିବା ବ୍ୟକ୍ତିଙ୍କ ପାସପୋର୍ଟ ନମ୍ବର ଲେଖାଯାଇଥାଏ ଏବଂ ତାଙ୍କୁ କନଫର୍ମ ସିଟ୍ ମିଳେ ।

attari-railway-station

ଏହି ରେଲୱେ ଷ୍ଟେସନରେ କୁଲିଙ୍କୁ ଆସିବା ମନା । ଯାତ୍ରୀଙ୍କୁ ନିଜ ସାମାନ ନିଜେ ଉଠାଇବା ପାଇଁ ପଡେ । ଷ୍ଟେସନର ପ୍ରତି ମୁହୂର୍ତ୍ତର ଖବର ରେଲୱେ ମୁଖ୍ୟାଳୟ(ବଡୈାଦା ହାଉସ୍, ଦିଲ୍ଲୀ) ରେ ଥାଏ । ସୁରକ୍ଷାରେ ୨୪ ଘଣ୍ଟା ସେବା ବାହିନୀ ମୁତୟନ ଥାନ୍ତି । ଏଠି ଫଟୋଗ୍ରାଫି କରିବା ବି ମନା । ପର୍ଯ୍ୟଟକ ଦୂରରୁ ଏହି ରେଲୱେ ଷ୍ଟେସନ ଦେଖିପାରିବେ । ଯଦି ରେଲୱେ ଷ୍ଟେସନ ଭିତରକୁ ଯିବାର ଅଛି ତେବେ ଆପଣଙ୍କୁ ଗୃହ ମନ୍ତ୍ରଣାଳୟର ଭିନ୍ନ ଭିନ୍ନ ବିଭାଗ ଠାରୁ ଅନୁମତି ନେବାକୁ ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More