Only for Entertainment

ଭୋଟ ପାଇଁ ପାକିସ୍ତାନର ଏହି ନେତା ଆପଣାଇଲେ ଅଜବ ଉପାୟ, ଭାଇରାଲ ହେଉଛି ଫଟୋ ।

0 35

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ତେବେ କରାଚିରେ ଏହି ନେତା ଜଣଙ୍କ ଯେଉଁ ଉପାୟ ଗ୍ରହଣ କରିଥିଲେ ତାହା ବିଶ୍ୱବ୍ୟାପୀ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ।

pak-karachi-candidate-sewage-water-campaign

ପାକିସ୍ତାନର ଏହି ନେତା ଜଣଙ୍କ ଭୋଟ ମାଗିବାକୁ ଯାଇ ନାଳ ପାଣିରେ ବସି ରହିଥିଲେ ଏବଂ ଶୋଇ ରହିଲେ । ଖାଲି ଏତିକି ନୁହେଁ ସେ ଏହି ଘଟଣାକୁ ଫେସବୁକରେ ଲାଇଭ ମଧ୍ୟ କରିଥିଲେ । କିଛି ସମୟ ପରେ ହାତରେ ପାକିସ୍ତାନର ପତାକା ଧରି ପାଣିରେ ଶୋଇରହିଥିଲେ । ଆଉ ନିଜ ସମର୍ଥକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । କରାଚିର ଅୟାଜ ମେମନ ମୋତିୱାଲ ଏନଏ- ୨୪୩ ରୁ ସ୍ୱାଧୀନପ୍ରାର୍ଥୀ ଅଟନ୍ତି ।

Ayaz-Memon-Motiwala

ଅୟାଜ ମେମନ ଏହି ପଦକ୍ଷେପ ନେଇ ଦେଖାଇବାକୁ ଚାହିଁଥିଲେ ଯେ, ତ୍ରୁଟିପୂର୍ଣ୍ଣ ସ୍ୱେରେଜ ବ୍ୟବସ୍ଥା ଏବଂ ଅଳିଆ ଆବର୍ଜନା କାରଣରୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ମୁଁ ମଧ୍ୟ ଚିନ୍ତିତ । ଏହି ଅବସରରେ ସେ ଘୋଷଣା କରିଥିଲେ ଯେ, ମୁଁ ଏହାକୁ ଏକ ଜନଆନ୍ଦୋଳନରେ ରୂପାନ୍ତରିତ କରିବି । ସୋସିଆଲ ମିଡିଆରେ ଏହି ଫଟୋ ବଡ଼ ଭାଇରାଲ ହୋଇଥିଲା ବେଳେ ଅନେକ ଏହାକୁ ସମାଲୋଚନା କରି ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More