Only for Entertainment

୧୬୦ଫୁଟ ଉଚ୍ଚ ଖମ୍ବରେ ଲଟକି ଶୋଉଛନ୍ତି ଏହି ଶ୍ରମିକ, ଦେଖନ୍ତୁ ଭିଡିଓ !

32

ମୁଲ ଲାଗିବା ଯେତେ କଷ୍ଟ କାମ, ଅଧିକ ବିପଦଜନକ ମଧ୍ୟ । ୧୦ରୁ ୧୨ଘଂଟା ଲଗାତାର କାମ କଲେ କେହି ବି ଥକି ଯିବ । ଖାସକରି ଖରା ଦିନେ । ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଚୀନର କିଛି ଶ୍ରମିକ ଥକି ଗଲେ କିଛି ସମୟ ପାଇଁ ଶୋଇ ପଡନ୍ତି । ବିପଦଜନକ କଥା ହେଉଛି ସେମାନେ ୧୬ଫିଟ ଉଚ୍ଚ ଏକ ଲୁହା ଖମ୍ବରେ ଲଟକି ଶୋଇ ଥାଆନ୍ତି ।

ଏହି ଭିଡିଓ ଚୀନର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସମସ୍ତ ଶ୍ରମିକ କୌଣସି ଇଲେକ୍ଟ୍ରିକାଲ ସାଇଟରେ କାମ କରନ୍ତି । ବିଜୁଳି ଖମ୍ବ ତିଆରି କରନ୍ତି । ୧୬୦ଫିଟର ଉଚ୍ଚରେ ସେଫ୍ଟି ବେଲ୍ଟରେ ବାନ୍ଧି ହୋଇଛନ୍ତି । ଦିନରେ ଭୋଜନ କରିବା ପରେ କିଛି ସମୟ ପରେ ପାୱର ଚେକ କରନ୍ତି । ଏହା ଯେତେ ଖତରନାକ ସେତେ ଭୟାନକ ମଧ୍ୟ ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ରିପୋର୍ଟ ମୁତାବକ, ଏହି ଶ୍ରମିକ ଖମ୍ବର ଏତେ ଉଚ୍ଚରେ ସେଫ୍ଟି ବେଲ୍ଟରେ ବାନ୍ଧି ହୋଇଛନ୍ତି । ଖମ୍ବାର ପତଳା ଲୁହାରେ ଝୁଲି ଶୋଇଛନ୍ତି । ତାଙ୍କ ନିଦକୁ ଦେଖି ଯାହା ଅନୁମାନ ହେଉଛି ସେ ସେଫ୍ଟି ବେଲ୍ଟ ପାଇଁ ନିଜକୁ କମ୍ଫର୍ଟେବଲ ଅନୁଭବ କରୁଛନ୍ତି । କିନ୍ତୁ ସେ ଯାହା ହେଉ ନା କାହିଁକି ଏହା ବିପଦଜନକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More