Only for Entertainment

ବଲବ ଚୋରି କରିବା ପାଇଁ ଏହି ବ୍ୟକ୍ତି ଜଣଙ୍କ କଲେ ଜବରଦସ୍ତ ଏକ୍ସସରସାଇଜ, ସିସିଟିଭିରେ କଏଦ ହେଲା ଦୃଶ୍ୟ ।

NDTV
0 45

ତାମିଲନାଡୁର କୋଏମ୍ବାଟୁରର ଏକ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେ କେହି ବି ଏହି ଭିଡିଓକୁ ଦେଖୁଛି ନିଜ ହସକୁ ରୋକି ପାରୁନାହିଁ । ବ୍ୟକ୍ତି ଜଣଙ୍କ ବଲବ ଚୋରି କରିବା ପାଇଁ ଏତେ ପରିଶ୍ରମ କରିଛନ୍ତି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଖବର ଅନୁସାରେ ବୁଧବାର ଦିନ ଏହି ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓରେ ଜଣେ ଅଜଣା ବ୍ୟକ୍ତି କୋଏମ୍ବାଟୁରର ଚେରନମା ନଗରର ଏକ ଦେକାନ ସମ୍ନାରେ ଲାଗିଥିବା ବଲବ ଚୋରି କରିଥିବାର ଦେଖିବାକୁ ମିଳିଛି । କିନ୍ତୁ ଲୋକଟିର ଏହି କାରନାମ ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ଲୋକଟି ସେହି ବାଟ ଦେଇ ଯାଉଥିବା ଲୋକମାନଙ୍କୁ ଚକମା ଦେବା ପାଇଁ ଏଳ୍ସସରସାଇଜ କରୁଥିବାର ଦେଖିବାକୁ ମିଳିଥିଲା ।

ଦେଖନ୍ତୁ ଭିଡିଓ-

ଏହି ଭିଡିଓକୁ ତାମିଲର ଏକ ନ୍ୟୁଜ ଚ୍ୟାନେଲ ୟ୍ୟୁଟ୍ୟୁବରେ ଅପଲୋଡ କରିଥିଲେ । ଲୋକଟିର ଏହି ହରକତ ସିସିଟିଭିରେ କଏଦ ହୋଇଛି ବୋଲି ସେ ସମ୍ପୂର୍ଣ୍ଣ ଅଜ୍ଞ ଅଟନ୍ତି । ଫୁଟେଜର ସମୟ ଅନୁସାରେ ଏହି ଘଟଣା ୨୩ ଜୁନ ସକାଳ ୫ଟାରେ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More