Only for Entertainment

ମହିଳାଙ୍କ ଉପରକୁ ଆକ୍ରମଣ କଲା ଚିତାବାଘ ! ଜୀବନକୁ ବାଜି ଲାଗାଇ ପୋଷା କୁକୁର ବଂଚାଇଲା ଜୀବନ

ANI
57

ପଶ୍ଚିମ ବଙ୍ଗଳାରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦାର୍ଜିଲିଂରେ ଜଣେ ମହିଳାଙ୍କ ଉପରକୁ ଚିତା ବାଘ ଆକ୍ରମଣ କରିବା ସମୟରେ ପୋଷା କୁକୁରଟି ଦେଖିବା ମାତ୍ରେ ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଉଦ୍ଧାର କରିଛି । ନିଜ ମାଲିକାଣୀଙ୍କୁ ଆହତ ଅବସ୍ଥାରେ ଦେଖି କୁକୁରଟି ଚିତା ବାଘ ଉପରକୁ ଝାମ୍ପି ପଡିଥିଲା । ଏହି ଘଟଣାଟି ୧୪ ଅଗଷ୍ଟର ଅଟେ ।

ଖବର ଅନୁସାରେ ଅରୁଣା ଲାମା ଗ୍ରାଉଣ୍ଡ ଫ୍ଲୋରରେ ଘର ସଜାଡୁଥିଲେ । ଏହି ସମୟରେ ଚିତା ବାଘଟି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଏହା ଦେଖି ତାଙ୍କର ପୋଷା କୁକୁର ଟାଇଗର ଚିତା ବାଘ ସହିତ ଲଢିଥିଲା । ଏହି ଘଟଣା ଘଟିବା ପରେ ଅରୁଣାଙ୍କ ଝିଅ ପୂରା କାହାଣୀ ଶୁଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More