Only for Entertainment

କାହିଁକି ପାଦରେ ସୁନା ପିନ୍ଧିବା ଅନୁଚିତ ? ଜାଣନ୍ତୁ କାରଣ

Ezwed
47

ସୁନାକୁ ଅତ୍ୟନ୍ତ ପବିତ୍ର କୁହାଯାଇଛି। ଏହାସହ ସୁନା ଅତ୍ୟନ୍ତ ମୂଲ୍ୟବାନ ମଧ୍ୟ ହୋଇଥାଏ। ସୁନା ଧାରଣ କରିବା ଦ୍ବାରା ଆପଣଙ୍କ ଭାଗ୍ୟର ଉନ୍ନତି ହୋଇଥାଏ। ତେଣୁ ସୁନା ପିନ୍ଧିବା ବେଳେ ଧ୍ୟାନର ସହ ଏହାକୁ ଧାରଣ କରିବା ଉଚିତ।

ସୁନାକୁ କେବେ ବି ପାଦରେ ପିନ୍ଧନ୍ତୁ ନାହିଁ। ଏହା ପବିତ୍ର ଧାତୁ ହୋଇଥିବାରୁ ତାହାର ପାଉଁଜି କିମ୍ବା ଗୋଡ ମୁଦି ଧାରଣ କରିବାକୁ ବାରଣ କରାଯାଇଛି। ଏହାଦ୍ବାରା ବୃହସ୍ପତି ଗ୍ରହ ପ୍ରଭାବିତ ହୋଇଥାଆନ୍ତି। ପାଦରେ ସୁନା ପିନ୍ଧିବା ଦ୍ବାରା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଏହାସହ ଅଣ୍ଟାରେ କେବେ ବି ସୁନା ପିନ୍ଧନ୍ତୁ ନାହିଁ। ଅଣ୍ଟାରେ ସୁନା ଧାରଣ କରିବା ଦ୍ବାରା ପାଚନ ତନ୍ତ୍ରରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ମହିଳାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ସୁନା ଧାରଣ କରିବା ବେଳେ ସର୍ବଦା ଧ୍ୟାନ ଦେବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More