Only for Entertainment

ଫଳ ଉପରେ କାହିଁକି ଷ୍ଟିକର ଲାଗିଥାଏ,ଜାଣିଛନ୍ତି କି?ପଢନ୍ତୁ ।

net.hr
0 40

ଯେତେବେଳେ ଆମେ ଫଳ ଦୋକାନକୁ ଯାଉ, ଫଳ ଉପରେ କିଛି ନମ୍ବରର ଷ୍ଟିକର ଲଗାହୋଇଥିବା ଦେଖିବାକୁ ମିଳେ । କିନ୍ତୁ ଆମକୁ ସେହି ଷ୍ଟିକର୍ସ ର ଅର୍ଥ ଜଣା ନଥାଏ । , ଏହି ଷ୍ଟିକର୍ସ ଉପରେ ଏକ କୋର୍ଡ୍ ଦିଆଯାଇଥାଏ, ଯାହାକୁ ପ୍ରାଇସ୍ ଲୁକ୍ ଅପ କୁହାଯାଏ । ଏହା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହାର ଅର୍ଥ ବି ଭିନ୍ନ ଭିନ୍ନ ହୋଇଥାଏ ।

ଯେଉଁ ଫଳ ବା ପରିବା ଗୁଡିକରେ ୪ ଡିଜିଟ୍ ନମ୍ବର ଲେଖାଥାଏ । ଏହାର ଅର୍ଥ ଏହା ଯେ, ଏହାକୁ ବଢ଼ାଇବା ପାଇଁ ପାରମ୍ପରିକ କୀଟନାଶକର ରସାୟନ ବ୍ୟବହାର କରାଯାଇଛି । ଏହି ରାସାୟନିକ ପଦାର୍ଥ କ୍ଷତିକାରକ ଥାଏ । ଏହା ଆପଣଙ୍କ ଶରୀର ତଥା ଅନ୍ତନଳୀକୁ ବହୁତ କ୍ଷତି ପହଂଚାଇପାରେ ।

ଯଦି କୈାଣସି ଫଳ ବା ପନିପରିବା ଉପରେ ୫ ଡିଜିଟ୍ ର ନମ୍ବର ଲେଖାହୋଇଥିବ ଏବଂ ୮ ନମ୍ବରରୁ ଆରମ୍ଭ ହେଉଥିବ, ତେବେ ତାହାର ଅର୍ଥ ଏହା ଯେ ଏହାକୁ ଜୈବିକ ରୂପେ ବୃଦ୍ଧି କରାଯାଇଛି ତଥା ଏହାକୁ ଆନୁବଂଶିକ ରୂପେ ରୂପାନ୍ତରିତ କରାଯାଇଛି । ଯଦି କୈାଣସି ଫଳ ବା ପରିବା ଉପରେ ଲାଗିିଥିବା ଷ୍ଟିକର ଉପରେ ୫ ଡିଜିଟ୍ ର କୋର୍ଡ୍ ଥିବ ଏବଂ ତାହା ୯ ନମ୍ବରରୁ ଆରମ୍ଭ ହେଉଥିବ, ତେବେ ତାହାର ଅର୍ଥ ହେଉଛି ଯେ ତାହାକୁ ଜୈବିକ ରୂପେ ଅମଳ କରାଯାଇଛି । କିନ୍ତୁ ତାହାକୁ ଆନୁବଂଶିକ ରୂପେ ରୂପାନ୍ତରିତ କରାଯାଇପାରିବନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More