Only for Entertainment

ବିଦ୍ୱାନ ବ୍ୟକ୍ତିକୁ ପରିଚିତ କରିଥାଏ ଏହି ସମସ୍ତ କଥା । ଯାହାକୁ ଆପଣ ମଧ୍ୟ ଜାଣିବା ନିହାତି ଆବଶ୍ୟକ ।

youtube
0 59

ରାଜା ଭୋଜ ଦିନେ ତାଙ୍କ ସଭାକୁ ଜଣେ ବ୍ୟକ୍ତିକୁ ନିମନ୍ତ୍ରଣ କରିଥିଲେ । ବିଭିନ୍ନ ସ୍ଥାନରୁ ବିଦ୍ୱାନ ଆସିଲେ । ସମସ୍ତଙ୍କର ବେଶଭୂଷା ଭିନ୍ନ ପ୍ରକାରର ଥିଲା । ସେମାନଙ୍କ ମଧ୍ୟରୁ ଜଣକ ଉପରେ ରାଜାଙ୍କ ନଜର ପଡ଼ିଲା । ସେ ସୁରୁଚିପୂର୍ଣ୍ଣ ବସ୍ତ୍ରରେ ସଜ୍ଜିତ ଥିଲା । ରାଜା ସେଥିରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ତାଙ୍କ ନିକଟ ଆସନରେ ବସାଇଲେ । ବିଦ୍ୱାନଙ୍କର ଭାଷଣ ଆରମ୍ଭ ହେଲା । ଗୋଟିଏ ଗୋଟିଏ କରି ବିଦ୍ୱାନ ଭାଷଣ ଦେଉଥିଲେ ଏବଂ ନିଜ ଆସନରେ ଆସି ବସି ଯାଉଥିଲେ । ଶେଷରେ ,ଭଳି ଜଣେ ବିଦ୍ୱାନ ଆସିଲେ ଯିଏ ପୁରୁଣା ବସ୍ତ୍ର ପରିଧାନ କରିଥଲେ । ତାଙ୍କ ଭାଷଣ ଶୁଣି ଲୋକ ମୁଗ୍ଧ ହୋଇଗଲେ । ରାଜା ମଧ୍ୟ ତାଙ୍କ ବିଦ୍ୱତାରେ ମୁଗ୍ଧ ହୋଇଗଲେ । ରାଜା ତାଙ୍କୁ ଖୁବ ସ୍ମାନ ଦେଲେ ଏବଂ ତାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଛାଡ଼ିବାକୁ ଗଲେ ।

ରାଜାଙ୍କୁ ତାଙ୍କ ପରାମର୍ଶଦାତା ପଚାରିଲେ ମହାରାଜ ଆପଣ ଯାହାକୁ ନିଜ ନିକଟରେ ବସାଇଥିଲେ ତାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଛାଡ଼ିବାକୁ ଗଲେ ନାହିଁ । କିନ୍ତୁ ଅନ୍ୟ ଜଣଙ୍କୁ ଦ୍ୱାର ପର୍ଯ୍ୟନ୍ତ ଛାଡ଼ିବାକୁ ଗଲେ । ଏହାର କିଛି କାରଣ ଅଛି କି?
ରାଜା କହିଲେ ବିଦ୍ୱାନ ହେବା କାହା ମସ୍ତକରେ ଲେଖା ଯାଇନଥାଏ,ଯାହାକୁ ପଡି ତା’ର ବିଦ୍ୱତା ବିଷୟରେ ଜାଣିହେବ । ମୁଁ ତା’ର ସୁନ୍ଦର ବସ୍ତ୍ର ପିନ୍ଧିବାକୁ ଦେଖି ସମ୍ମାନ ଜଣାଇଲି । ଯେପେର୍ଯ୍ୟନ୍ତ ଜଣେ କିଛି କହିନଥାଏ ତା’ ସ୍ତ୍ରକୁ ଦେଖି ତା ବିଷୟରେ ଅନୁମାନ କରାଯାଇଥାଏ । ତା’ ବିଦ୍ୱାନର ଭାଷଣ ସାଧାରଣ ଥିଲା । କିନ୍ତୁ ସାଧାରଣ ଦେଖା ଯାଉଥିବା ବ୍ୟକ୍ତି ଜଣକ କହିବା ଆରମ୍ଭ କଲା ତ ମୁଁ ଆଶ୍ଚର୍ଯ୍ୟ ହୋଇ ରହିଗଲି । ତା ଭାଷଣ ଶୈଳୀ ଗଜବ ଥିଲା । ମୁଁ ତା ଗୁଣରେ ଅଧିକ ପ୍ରଭାବିତ ହେଲି । ଯେଉଁ କାରଣରୁ ଛାଡ଼ିବା ପାଇଁ ଦ୍ୱାର ପର୍ଯ୍ୟନ୍ତ ଗଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More