Only for Entertainment

ହ୍ରିତିକଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ଏହି ନାୟିକା

DNA India
0 51

ହିରୋଇନ ୟାମୀ ଗୌତମ ଏବେ ତାଙ୍କର ନୂଆ ସିନେମା ‘ଗୁଲ ବତୀ ମିଟର ଚାଲୁ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏଣେ ସେ ତାଙ୍କର ଅନ୍ୟ ଏକ ସିନେମା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ସିନେମା ହେଲା ‘କ୍ରିସ-୪’ ।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ ତାଙ୍କର ଅପକମିଂ ଫିଲ୍ମ ‘କ୍ରିସ- ୪’ର ଷ୍ଟାରକାଷ୍ଟ ଏବେ ଫାଇନାଲ କରୁଛନ୍ତି । ଏଥିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ହ୍ରିତିକ ରୋଶନ । ଏଥିରେ ହ୍ରିତିକଙ୍କ ବିପକ୍ଷରେ କିଏ ନାୟିକା ହେବେ, ତାହା ଏଯାବତ ଘୋଷିତ ହୋଇ ନଥିଲେ ହେଁ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହ୍ରିତିକଙ୍କ ସହିତ ଗୌତମଙ୍କୁ ଏହି ଫିଲ୍ମରେ ନିଆଯିବ ।

ୟାମୀ ଇତିମଧ୍ୟରେ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାଯାଉଛି । ‘କ୍ରିସ- ୪’ ଏକ ସୁପରହିରୋ ସିନେମା ହୋଇଥିବା ହେତୁ ଏଥିରେ ୟାମୀଙ୍କୁ ଦମଦାର ଆକ୍ସନ ରୋଲ ରହିଛି । କୁହାଯାଉଛି ଯେ ଏଥିପାଇଁ ୟାମୀ ଜିମରେ ବହୁ ସମୟ କାଟୁଛନ୍ତି । ସେ ନିଜର ବଡ଼ି ବନାଉଥିବା ଫଟୋ, ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ୟାମୀ ଗୌତମ ହ୍ରିତିକ ରୋଶନଙ୍କ ସହିତ ଏକ ଫିଲ୍ମ ‘କାବିଲ’ରେ ନଜର ଆସିଥିଲେ । ୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ହ୍ରିତିକ -ୟାମୀଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଖାଲି ସେତିକି ନୁହେଁ, ଏହା ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More