Only for Entertainment

ଭାରତ ବୁଲିବାକୁ ଚାହାଁନ୍ତି ‘ୟଙ୍ଗ ଶେଲ୍ଡନ’ର ଷ୍ଟାର, ଇଣ୍ଟରଭ୍ୟୁରେ କଲେ ଖୁଲାସା

insta pic of iain
42

ଟିଭି ସିରିଜ ‘ୟଙ୍ଗ ଶେଲ୍ଡନ’ର ଶେଲ୍ଡନ ଅର୍ଥାତ ଇୟାନ ଆର୍ମିଟେଜ ଭାରତ ଆସିବା ପାଇଁ ଚାହୁଁଛନ୍ତି । ଏହା ସହିତ ସେ ଭାରତୀୟ ସସ୍କୃତି ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା ରଖିଛନ୍ତି । ନିକଟରେ ଇୟାନ ଭରତୀୟ ମିଡିଆ ସହିତ ସ୍କାଇପ ଜରିଆରେ ଏକ ଇଣ୍ଟରଭ୍ୟୁ ଦେଇଥିଲେ ।

ଏଥିରେ ଇୟାନ କହିଥିଲେ, ସେ ଭାରତ ଆସିବା ପାଇଁ ପସନ୍ଦ କରିବେ । ଭାରତ ଆସି ସେ ଭାରତୀୟ ସଂସ୍କୃତି ବି ଷୟରେ ଜାଣିବା ପାଇଁ ଚାହୁଁଛନ୍ତି । ଏହା ସହିତ ସେ ଭାରତର ବିଭିନ୍ନ ସ୍ଥାନ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଇୟାନା ଏହା ମଧ୍ୟ କହିଛନ୍ତି ଯେ, ସେ ଭାରତୀୟ ସମ୍ବନ୍ଧରେ ପୁସ୍ତକରେ ପଢିଛି ଏବଂ ଅନେକ ଫଟୋ ଦେଖିଛି । ସେଥିପାଇଁ ମୁଁ ଭାରତ ଆସିବାକୁ ଚାହେଁ ।

 

 

View this post on Instagram

 

Getting to cuddle with Caramello was a highlight of this visit to Australia ?? !

A post shared by Iain Armitage (@iain) on

ଆମେରିକାନ ଟିଭି ସିରିଜ ‘ୟଙ୍ଗ ଶେଲ୍ଡନ’ରୁ ପୂରା ଦୁନିଆରେ ପରିଚିତ ହୋଇଥିବା ଇୟାନ ଅର୍ମିଟେଜ ଏକ ଥିଏଟର ସମୀକ୍ଷକ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ‘ବିଗ ଲିଟିଲ ଲାଇଜ’ରେ ଅଭିନେତ୍ରୀ ଶେଲେନ ବୁଡଲୀଙ୍କ ପୁଅ ଜେନ ଚରିତ୍ର ତାଙ୍କୁ ପପୁଲାର କରିଥିଲା ।

ଆକ୍ଟର-ସିଙ୍ଗର ୟଆନ ମାର୍ଟିନ ଏବଂ ଲି ଆର୍ମିଟେଜଙ୍କ ପୁଅ ଇୟାନ ଭାରତୀୟ ଫିଲ୍ମ ନର୍ମାତା ରିତେଶ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଆୱାର ସୋଲ୍ସ ଆଟ ନାଇଟ’ରେ ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More