Only for Entertainment

ସାବଧାନ ଦୁଇ ନୁହେଁ ପାଂଚ ପ୍ରକାରର ହୋଇଥାଏ ମଧୁମେହ ।

youtube
0 59

ଏପର୍ଯ୍ୟନ୍ତ ଲୋକମାନେ ଦୁଇ ପ୍ରକାରର ମଧୁମେହ ବିଷୟରେ ଜାଣିଛନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଗଲାଯେ ଏହି ରୋଗ ୫ ପ୍ରକାରର ହୋଇଥାଏ । ଏହି ଅଧ୍ୟୟନରୁ ମଧୁମେହର ଚିକିତ୍ସା ପାଇଁ ଔଷଧ ଉଦ୍ଭାବନ କରାଯାଇ ପାରିବ । ଏହା ପ୍ରତିରକ୍ଷା ତସ୍ତ୍ର ସହିତ ଜଡ଼ିତ ଏକ ରୋଗ । ଯାହା ଦ୍ୱାରା ଇନସୁଲିନର ପରିମାଣ କମିଯାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଟାଇପ ୧ ରୋଗୀଙ୍କୁ ପ୍ରତିରକ୍ଷା ତନ୍ତ୍ର ସମ୍ବଦ୍ଧିତ ଗମ୍ଭୀର ରୋଗ ଶ୍ରେଣୀରେ ରଖିବା ଉଚିତ । ଟାଇପ ୨ ରୋଗୀଙ୍କୁ ୪ଟି ଶ୍ରେଣୀରେ ବିଭାଜନ କରିବା ଉଚିତ । ଏହାକୁ ଦୁଇଟି ଗମ୍ଭୀର ଏବଂ ଦୁଇଟି ସାଧାରଣ ଶ୍ରେଣୀରେ ବାଂଟିବା ଉଚିତ । ବଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଥମ ଶ୍ରେଣୀରେ ଗମ୍ଭୀର ରୂପ କମ ଇନସୁଲିନର ମଧୁମେହ ଯେଉଁଥିରେ ଉଚ୍ଚ ରକ୍ତଚାପ ରୋଗୀ କମ ଇନସୁଲିନ ଉତ୍ପାଦନ କରୁଥିବା ଏବଂ ସାମାନ୍ୟ ରୂପରେ ସନ୍ତୁଳନ ପ୍ରତି ପ୍ରତିରୋଧ ଭଳି ରୋଗୀଙ୍କୁ ରଖିବା ଉଚିତ ।ଦ୍ୱିତୀୟ ଗମ୍ଭୀର ଇନସୁଲିନ ପ୍ରତି ପ୍ରତିରୋଧି ମଧୁମେହର ସମ୍ବଦ୍ଧି ଓଜନ ବୃଦ୍ଧି ସହିତ ରହିଛି । ଏଥିରେ ମୋଟା ବ୍ୟକ୍ତି ମାନଙ୍କୁ ରଖା ଯାଇଥାଏ । ଏହା କମ ବୟସର ବ୍ୟକ୍ତିଙ୍କୁ ହୋଇଥାଏ ।

୧୪,୭୭୫ ମଧୁମେହ ରୋଗୀଙ୍କୁ ନେଇ ଏହି ପରୀକ୍ଷଣ କରିବା ପରେ ଏହା ଜଚ୍ଚାଗଲା । ଏହି ଅଧ୍ୟୟନରୁ ଜଣାଗଲାଯେ ମଧୁମେହ ରୋଗୀଙ୍କୁ ୫ଟି ଭାଗରେ ବିଭକ୍ତ କରାଯାଇପାରେ । ଯାହାକୁ ଚିହ୍ନଟ କରିବା ପରେ ଚିକିତ୍ସା କରିବା ସହଜ ହୋଇଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ ଏପର୍ଯ୍ୟନ୍ତ ରକ୍ତ ନମୁନାରୁ ମଧୁମେହ ଯାଂଚ କରାଯାଉଥିବା ବେଳେ ଏହାର ବିକଳ୍ପ ପନ୍ଥା ବାହାରିଛି । ଯହା ଦ୍ୱାରା ଛୁଂଚିର ବ୍ୟବହାର ବନ୍ଦ କରାଯିବ ଏବଂ ଲୁହ ଦ୍ୱାରା ମଦୁମେହ ଯାଂଚ କରାଯିବ ।

ନୂଆ ସ୍ମାର୍ଟ ଲେନ୍ସରେ ଇଲେକ୍ଟ୍ରୋଡର ବ୍ୟବହାର କରାଯାଇଛି । ଏଥିରେ ଗ୍ଲୁକୋଜ ସେନ୍ସର ସହିତ ଏଲଇଡି ପିକ୍ସେଲ ଏବଂ ୱାୟାରଲେସ ଆଂଟିନା ବ୍ୟବହାର କରାଯାଇଛି । ସେନ୍ସର ସାହାଯ୍ୟରେ ରୋଗୀର ବ୍ଲଡ ସୁଗାରର ସ୍ତର ସହିତ ଜଡ଼ିତ ସୂଚନା ଆଂଟିନା ପର୍ୟ୍ୟନ୍ତ ପହଂଚିଥାଏ ଏବଂ ପରୀକ୍ଷଣ ପୂରା ହୋଇଥାଏ ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଟେଷ୍ଟ ଏବେ ଠେକୁଆକୁ ନେଇ କରାଯାଇଛି । ମନୁଷ୍ୟ ଉପରେ ଏକ ପରୀକ୍ଷଣ କରାଯିବା ବାକି ରହିଛି । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତିଯେ ମଣିଷ ଉପରେ ଏହାର ପରୀକ୍ଷଣ ସରିବା ପରେ ମଣିଷର ଆଖି ଏବଂ ଅନ୍ୟ ଅଙ୍ଗର ସମସ୍ୟା ବିଷୟରେ ମଧ୍ୟ ଜାଣି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More