Only for Entertainment

ଶୀତଦିନେ ନଡିଆତେଲ ସାହାଯ୍ୟରେ ଚେହେରାକୁ ବନାନ୍ତୁ କୋମଳ ଏବଂ ସୁନ୍ଦର!

organicallureshop.com
0 34

ଶୀତଋତୁ ଶୁଷ୍କ ବାୟୁ ଯୋଗୁଁ ଆମ ତ୍ୱଚା ରୁକ୍ଷ ହୋଇଯାଏ ।ଏଥିପାଇଁ ଏହି ଶୀତ ଶରୀର ସହ ଆମର ଚେହେରାର ମଧ୍ୟ କିଛି ଖାସ୍ ଯତ୍ନ ନେବା ଜରୁରୀ । ଶୀତ ଋତୁରେ ଲୋକମାନେ ଥଣ୍ଡାରୁ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବ୍ୟବହାର କରନ୍ତି, ମାତ୍ର ନିଜ ଚେହେରାକୁ ନଜର ଅନ୍ଦାଜ କରିଦିଅନ୍ତି । ଯାହାଦ୍ୱାରା ଚେହେରାର ଚମକ ନଷ୍ଟ ହୋଇଯାଏ ।

ତେଣୁ କେବଳ ନଡିଆ ତେଲ ବ୍ୟବହାର କରି ଆପଣ ଏହି ଶୀତଋତୁରେ ଆପଣଙ୍କ ଚେହେରାକୁ କରିବା ପାରିବେ କୋମଳ ଏବଂ ସୁନ୍ଦର ।

  • ଲିପ୍ ବାମ୍:
    ଶୀତଦିନେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ନିହାତି ଲଗାନ୍ତୁ । ଆପଣ ଦେଖିବେ ସକାଳକୁ ଆପଣଙ୍କ ଓଠ ସଂପୂର୍ଣ୍ଣରୂପେ କୋମଳ ହୋଇଯାଇଥିବ । ଆପଣ ଦିନରେ ମଧ୍ୟ ଲିପ୍ ବାମ୍ ବଦଳରେ ନଡିଆତେଲକୁ ବ୍ୟବହାର କରିପାରିବେ ।
  • ଚେହେରାରେ ଚମକ:
    ଯଦି ଆପଣ ରୁକ୍ଷ ଶୁଷ୍କ ଚେହେରାକୁ ନେଇ ଚିନ୍ତିତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି ତେବେ ବାହାରକୁ ବାହାରିବା ପୂର୍ବରୁ ନଡିଆତେଲ ଲଗାଇ ମସାଜ୍ କରନ୍ତୁ । ଏହାଦ୍ୱାରା ଚେହେରାରେ ଚମକ ଆସିବା ସହ ଚେହେରାର ରୁକ୍ଷତା ନଷ୍ଟ ହୋଇଥାଏ ।
  • ମେକଅପ ରିମୁଭର:
    ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ନିଶ୍ଚୟ ସବୁଠାରୁ ସହଜ ଏବଂ ସରଳ ଉପାୟ ହେଉଛି ନଡିଆତେଲ । ଏହାକୁ ବ୍ୟବହାର କରି ମେକଅପ ରିମୂଭ କରିବାଦ୍ୱାରା ଆପଣଙ୍କ ତ୍ୱଚାରୁ କେମିକାଲ ଭଲଭାବେ ସଫା ହୋଇଯାଇଥାଏ ଏବଂ ଏହାଦ୍ୱାରା ଆପଣଙ୍କ ତ୍ୱଚା ମଶ୍ଚୁରାଇଜ ମଧ୍ୟ ହୋଇଥାଏ ।
  • କଳାଦାଗରୁ ମୁକ୍ତି :
    ନଡିଆତେଲରେ ଲେମ୍ବୁ ମିଶାଇ ପ୍ରତିଦିନ ଚେହେରାରେ ଲଗାଇବା ଦ୍ୱାରା ଚେହେରାର ରଂଗ ବଦଳିବା ସହ କଳାଦାଗରୁ ମଧ୍ୟ ଉପଶମ ମିଳିଥାଏ । ଆପଣ ଏହି ମିଶ୍ରଣକୁ ଆଣ୍ଠୁ ଏବଂ କହୁଣୀରେ ହୋଇଥିବା କଳାଦାଗରେ ମଧ୍ୟ ଲଗାଇ ପାରିବେ ।
  • କଣ୍ଡିସନର:
    ନଡିଆତେଲ କେବଳ ଆମ ଚେହେରା ନୁହେଁ କେଶ ପାଇଁ ମଧ୍ୟ ବହୁ ଉପଯୋଗୀ ଅଟେ । ନିଜର କେଶକୁ ଅଧିକ ଚମକଦାର ଏବଂ ମୁଲାୟମ ପାଇଁ ଆପଣ ନଡିଆତେଲକୁ ଗରମ କରି କେଶରେ ମାଲିସ କରନ୍ତୁ । ଏହାପରେ କେଶକୁ ପ୍ଲାଷ୍ଟିକ ଥଳି କିମ୍ବା ତଉଲିଆ ସାହାଯ୍ୟରେ ଘୋଡାଇ ଦିଅନ୍ତୁ । ଏହି ପ୍ରକ୍ରିୟାର କିଛି କ୍ଷଣ ପରେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ ।
  • ମଶ୍ଚୁରାଇଜର:
    ଏହି ଶୀତ ଋତୁରେ ଚେହେରାକୁ କୋମଳ ଏବଂ ମୁଲାୟମ ରଖିବାପାଇଁ ପ୍ରତିଦିନ ଗାଧୋଇବା ପୂର୍ବରୁ ଶରୀରରେ ମଶ୍ଚୁରାଇଜର ପରିବର୍ତ୍ତେ ନଡିଆତେଲ ମାଲିସ୍ କରନ୍ତୁ । ନଡିଆତେଲରେ ଏସପିଏଫ ମଧ୍ୟ ରହିଥାଏ ତେଣୁ ଏହା ଆପଣଙ୍କୁ ସନ୍ ବର୍ଣ୍ଣ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More