Only for Entertainment

ହାତଗୋଡ଼ କଳା ପଡ଼ି ଯାଇଥିଲେ କିଭଳି ଦୂର କରିବେ

96

ଘରୁ ବାହାରିବା ମାତ୍ରେ ଆଜିକାଲିର ପ୍ରଦୂଷିତ ଜଳବାୟୁ ଯୋଗୁଁ ହାତ ଗୋଡ଼ ଆଦି କଳା ପଡ଼ିଯିବା ସ୍ୱଭାବିକ କଥା । କିନ୍ତୁ ଏସବୁରୁ ମୁକ୍ତି ପାଇବା ପାଇଁ ଆପଣ ସରଳ ଘରୋଇ ଉପାୟ କରିପାରିବେ ।

 

ପ୍ରଥମେ ଏକ ପାତ୍ରରେ ଲେମ୍ବୁ ରସ ନିଅନ୍ତୁ। ସେଥିରେ ଟମାଟୋ ରସ ଏବଂ ENO ପକାଇ ଗୋଳାଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ଆପଣ କଳା ପାଡ଼ିଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଧୋଇ ଦିଅନ୍ତୁ। ଏହି ପରି କଲେ ଆପଣ ନିଶ୍ଚୟ ପୂର୍ବ ଅପେକ୍ଷା ଅଧିକ ସଫା ଦେଖାଯିବେ ।

 

ମନେରଖନ୍ତୁ, ENO ପଡ଼ିଥିବାରୁ ଏହାକୁ ମୁହଁରେ ଲଗାନ୍ତୁ ନାହିଁ। ଏହାକୁ ଆପଣ ହାତ ଗୋଡ଼, ବେକ, ଆଣ୍ଠୁ, ଗୋଇଠି ଇତ୍ୟାଦିରେ ଲଗାଇ ପାରିବେ। ବିଭିନ୍ନ ଲୋକଙ୍କର ତ୍ୱଚା ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ଏହା ସମସ୍ତଙ୍କ ତ୍ୱଚାରେ ସଠିକ୍‌ କାମ କରିବ ନା ନାହିଁ ତାହା ଆପଣଙ୍କ ଉପରେ ନିର୍ଭର କରେ। ତେଣୁ ଆପଣ ଏହାକୁ ଗୋଡ଼ର କିଛି ସ୍ଥାନରେ ଲଗାଇ ପରିକ୍ଷା କରନ୍ତୁ। ଯଦି ଆପଣଙ୍କ ତ୍ୱଚା ଜଳା ପୋଡ଼ା ବା କୁଣ୍ଡାଇ ହେଉ ନାହିଁ। ତାହାଲେ ଆପଣ ଏହାକୁ ବ୍ୟବହାର କରିପାରିବେ। ଅଥବା ଏହାକୁ ବାରଣ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More