Only for Entertainment

କେବଳ ରାଜନୀତି ନୁହେଁ ବରଂ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି କମଲ ହାସନ,୨୨ ବର୍ଷ କମ ଝିଅ ସହିତ ଥିଲା ଅଫେୟାର ଏବଂ ଏହି ଅଭିନେତ୍ରୀଙ୍କ ସହିତ ୧୩ ବର୍ଷର ଲିଭ ଇନ ରିଲେସନସିପ ।

amarujala
0 38

ଦକ୍ଷିଣ ଭାରତୀୟ ସୁପରଷ୍ଟାର କମଳ ହାସନ ଗତ ବୁଧବାରକୁ ନିଜ ଦଳକୁ ଲଂଚ କରିଛନ୍ତି । ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ତାମିଲନାଡୁର ଆମ ଆଦମୀ ପାର୍ଟିର ଇନଚାର୍ଜ ଏବଂ ବିଧାୟକ ସୋମନାଥ ଭାରତୀ ମଧ୍ୟ ଉପସ୍ଥିତ ଥିଲେ । ଗତ କିଛି ସମୟ ହେବ ସେ ନିଜ ବକ୍ତବ୍ୟକୁ ନେଇ ଖୁବ ର୍ଚ୍ଚାରେ ରହିଛନ୍ତି ।

 


କମଲ ହାସନ ୬ ବର୍ଷ ବୟସରେ କଳାକାର ଜୀବନରେ ପାଦ ଦେଇଥିଲେ । କିନ୍ତୁ ସେ ଫିଲ୍ମ ‘ଅପୂର୍ବ ରାଗଙ୍ଗଲ’ରେ ସେ ସଫଳତା ହାସଲ କରିଥିଲେ । ଯେଉଁଥିରେ ସେ ନିଜ ଠାରୁ ବଡ଼ ଜଣେ ମହିଳାଙ୍କୁ ପ୍ରେମ କରୁଥିବା ଅଭିନୟ କରିଥିଲେ ।
ସୂଚନା ଅନୁସାରେ କ୍ୟାରଅରର ଆରମ୍ଭରେ କମଲ ହାସନ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀ ବିଦ୍ୟାଙ୍କ ସହିତ ଅଫେୟାରରେ ଥିଲେ । ଦୁଇଜଣ ଏକା ସାଙ୍ଗରେ କିଛି ଫିଲ୍ମ ମଧ୍ୟ କରିଥିଲେ କିନ୍ତୁ ଖୁବ ଶୀଘ୍ର ଦୁଇଜଣ ବିଛିନ୍ନ ହୋଇ ଯାଇଥିଲେ ।

୧୯୭୮ରେ କମଲ ପ୍ରଥମ ବିବାହ ବାଣୀ ଗଣପତଙ୍କୁ କରିଥିଲେ । ତେବେ ବିବାହର ୧୦ ବର୍ଷ ପରେ ଦୁଇଜଣଙ୍କର ଛାଡ଼ପତ୍ର ହୋଇ ଯାଇଥଇଲା । ଏହାପରେ ସେ ଅଭିନେତ୍ରୀ ସାରିକାଙ୍କୁ ଡେଟ କରୁଥିଲେ ଏବଂ ବିବାହ ମଧ୍ୟ କଲେ । ତେବେ ଦୁଇଜଣଙ୍କର ସୃତି ଏବଂ ଅକ୍ଷରା ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି । ତେବେ ଦୁଇ ଝିଅ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି କିନ୍ତୁ ସାରିକା ଏବଂ କମଲଙ୍କ ସଂପର୍କ ବହୁ ଦିନ ଚାଲି ପାରି ନଥିଲା ଏବହ ୨୦୦୪ରେ ଛାଡ଼ପତ୍ର ହୋଇଥିଲା ।

ସାରିକାଙ୍କ ପରେ କମଲଙ୍କ ଜୀବନରେ ଆସିଥିଲେ ସିମରନ ବଗ୍ଗା  । ଯିଏ କମଲଙ୍କ ଠାରୁ ୨୨ ବର୍ଷ ସାନ । ,ହାପରେ ସିମରନ ତାଙ୍କ ପିଲା ବେଳର ସାଙ୍ଗକୁ ବିବାହ କରିଥିଲେ ଏବଂ ଦୁଇ ଜଣଙ୍କ ସଂପର୍କ ସେହି ସ୍ଥାନରେ ସମାପ୍ତ ହୋଇଥିଲା ।
କେବଳ ସେତିକି ନୁହେଁ କମଲ ହାସନ ଏବଂ ଗୌତମୀ ତଡ଼ିମଲ୍ଲା ମଧ୍ୟ ୧୩ ବର୍ଷ ଲିଭ ଇନ ରିଲେସନସିପରେ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More