Only for Entertainment

ଏମଟିଭିର ପ୍ରସିଦ୍ଧ ରିଆଲିଟି ଶୋ ‘ଏସ ଅଫ ସ୍ପେସ ଟୁ’ରେ ପ୍ରକୃତି ମିଶ୍ର

149

ଓଡ଼ିଆ ସିରିଅଲ ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ସଫଳତା ହାସଲ କରିଥିଲେ ଓଲିଉଡ ନାୟିକା ପ୍ରକୃତି ମିଶ୍ର । ଏତିକିରେ ସରିନଥିଲା ତାଙ୍କ ସଫର । ଓଲିଉଡ ପରେ ନଜର ଆସିଲେ ଆଣ୍ଡ ଟିଭିର ବିଟ୍ଟୀ ବିଜନେସୱାଲି ହିନ୍ଦୀ ଧାରାବାହିକରେ । ଏହାପରେ ପୁଣି ଥରେ ସୃଷ୍ଟି କଲେ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ପରିଚୟ । ନିକଟ ଅତୀତରେ ଇଂଷ୍ଟାଗ୍ରାମ ଆକାଉଂଟରେ ଆଉ ଏକ ଖବର ଦେଇଛନ୍ତି ଏହି ଅଭିନେତ୍ରୀ । ଖବର ମୁତାବକ ପ୍ରକୃତି ମିଶ୍ର ଏମଟିଭିର ରିଆଲିଟି ଶୋ ଏସ ଅଫ ସ୍ପେସରେ ପ୍ରତିଯୋଗୀ ଭାବରେ ନଜର ଆସିଛନ୍ତି ।

ଏହି ଶୋ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି । ଏହି ଶୋ’ କିଛି ଅତିଥିଙ୍କୁ ନେଇ ହୋଇଥାଏ। ଶୋ’ର ନିୟମ ଅନୁଯାୟୀ, କିଛି ଘର ରହିଥାଏ ଏବଂ ସେହି ଘରେ ପ୍ରତିଯୋଗୀ ମାନେ ଅତିଥି ଭାବେ ରହନ୍ତି। ଶୋ’ ଯେତେ ଆଗକୁ ବଢ଼େ ଘର ସେତେ ଛୋଟ ହେବାକୁ ଲାଗେ। ଆଉ ଯିଏ ସବୁଠୁ ଅଳ୍ପ ଜାଗାରେ ରହିପାରନ୍ତି, ସେ ବିଜୟୀ ହୁଅନ୍ତି। ଏଥିପାଇଁ ଅତିଥିମାନେ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏହା ସହିତ ଏଥିରେ ସେମାନଙ୍କୁ ଆଉ କିଛି ଟାକ୍ସ ମଧ୍ୟ ଦିଆଯାଏ। ସେଗୁଡ଼ିକୁ ମଧ୍ୟ ମୂଲ୍ୟାୟନ କରାଯାଏ। ଏଥିରେ ଲୋକଙ୍କ ଭୋଟ୍କୁ ମଧ୍ୟ ସାମିଲ କରାଯାଇଛି। ଶୋ’ରେ ଏମିତି କିଛି ହେଉଥିବା ବେଳେ ପ୍ରକୃତି ଏଥିରେ ସାମିଲ ହୋଇଛନ୍ତି। ଆଜି ସେ ଘରେ ଅର୍ଥାତ୍ ଶୋ’ରେ ଅତିଥି ଭାବେ ପ୍ରବେଶ କରିିଛନ୍ତି ।

 

View this post on Instagram

 

Ladies & Gentlemen, It has been quite a journey for me till now. With gods grace, It feels great to get one more step closer to what I have aimed in life. I am hereby overwhelemed to apprise you that i am going to be part of the show MTV-Ace Of Space Season 2, starting this 24th August 2019 6pm IST on MTV. The show is one its kind. Imagine a 24*7 camera survillenced life for 60 days with no modern day gadgets & locked in a small room which shrinkes anytime. I am sure thats enough for me to excite you to watch the show daily for me. In case if you’re too busy with life & you miss it. Just download VOOT and see me anytime of the day. Last and MOST IMPORTANT thing, shower your love as enourmous amount of VOTES to me every week. #voteforprakrutimishra #voteforodisha #voteforodishapride #prakrutimishra #odisha #aceofspace . . Wearing @hm PC @jvfilms_

A post shared by prakrutimishra (@prakrutimishra) on

ପ୍ରକୃତି ମିଶ୍ରଙ୍କ ସହ ଏଥର ଶୋ’ରେ ବିଗ୍ ବସ୍ ଫେମ୍ ଦୀପକ ଠାକୁର, ଅଷ୍ଟ୍ରେଲିଆ ମଡେଲ୍ ଲୁସିଣ୍ଡା, ଟେଲିଭିଜନ୍ ଅଭିନେତ୍ରୀ କ୍ରିସନ୍ ବରେଟୋ, ‘ସ୍ପିଲ୍ଟ୍ଭିଲ୍ଲା’ ଫେମ୍ ବସିର୍ ଅଲ୍ଲୀ ଓ ସାରା ଅଲ୍ଲୀ ଖାନ୍ଙ୍କ ଜିମ୍ ଦୋସ୍ତ ଆଲେକ୍ସ ପ୍ରମୁଖ ସାମିଲ୍ ହୋଇଛନ୍ତି।

ଏହି ଶୋ’ର ହୋଷ୍ଟ୍ ଅଛନ୍ତି ‘ବିଗ୍ ବସ୍’ର ମାଷ୍ଟର୍ ମାଇଣ୍ଡ୍ ବିକାଶ ଗୁପ୍ତା। ‘ଏସ୍ ଅଫ୍ ସ୍ପେସ୍-୨‘ ପ୍ରତିଦିନ ସନ୍ଧ୍ୟା ୬ଟାରେ ଏମ୍ଟିଭିରେ ପ୍ରସାରଣ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More