Only for Entertainment

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପତ୍ନୀଙ୍କ ସହ ହଠାତ ପହଂଚିଲେ ହୋଟେଲରେ, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଉପସ୍ଥିତ ଲୋକ ।

khabarNDTV
0 75

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶିମଲାରେ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏକ ରେସ୍ତୋରାଁରେ ହଠାତ ପହଂଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା ଏବଂ ସେଠାରେ ସେ ଜଳଖିଆ ଖାଇଥିଲେ । ଅଧିକାରୀଙ୍କ କହିବା ମୁତାବକ ପିଟରହଫରୁ ଫେରିବା ସମୟରେ କୋବିନ୍ଦ ଏବଂ ତାଙ୍କର ପତ୍ନୀ ସରିତା ଆଶିୟାନା ହୋଟେଲ ଯାଇଥିଲେ ଏବଂ ଚା’ ସହ ସ୍ନାକ୍ସ ଖାଇଲେ ।

ରାଷ୍ଟ୍ରପତିଙ୍କୁ ଦେଖିବା ଲାଗି ଅନେକ ସଂଖ୍ୟାରେ ଲୋକଙ୍କ ଭିଡ ଜମି ଯାଇଥିଲା । ରାଷ୍ଟ୍ରପତି ଲୋକମାନଙ୍କୁ ଅଭିବାଦନ କରି ବିଲ ଭରି ସେଠାରୁ ଫେରିଥିଲେ ।

ହୋଟେଲ ପ୍ରବନ୍ଧକ ରାଷ୍ଟ୍ରପତିଙ୍କ ଆଗମନକୁ ସମ୍ମାନ ଜଣାଇଲେ । ଶିମଲାରେ ରାଷ୍ଟ୍ରପତି ୬ଦିନ ପାଇଁ ଅସ୍ଥାୟୀ ନିବାସୀ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More