Only for Entertainment

ସ୍କ୍ରବ ପାଇଁ ବ୍ୟବହାର କରନ୍ତୁ ଚିନି ।

The Novice Chef
40

ଚିନିକୁ ଖାଦ୍ୟରେ ବ୍ୟବହାର କରାଯାଏ ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହା ଆପଣଙ୍କୁ ନିହାତି ଭାବରେ ସାମାନ୍ୟତମ ଆଶ୍ଚର୍ଯ୍ୟ ଲାଗୁଥିବଯେ ଚିନିକୁ କେଉଁଭଳି ସ୍କ୍ରବ ଭାବରେ ବ୍ୟବହାର କରାଯାଏ । ଆଜ୍ଞା ହଁ ଯଦିଓ ଏହା ଅଜବ ଲାଗୁଛି ତଥାପି ଏହା ସତ । ଆପଣ କେବଳ ଖାଦ୍ୟ ଭାବରେ ନୁହେଁ ବରଂ ସ୍କ୍ରବ ଭାବରେ ଚିନିକୁ ବ୍ୟବହାର କରିପାରିବେ ।

ସୁଗାର୍‌ ସ୍କ୍ରବ୍‌
ଯଦି ଆପଣ ଜଲ୍‌ଦିରେ ଅଛନ୍ତି, ତେବେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହାପରେ କିଛି ଚିନି ଆଣି ହାଲ୍‌କା ଭାବରେ ମୁହଁରେ ୩ରୁ ୪ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ। ମାଲିସ୍‌ କରିବା ପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଦେଖିବେ ଆପଣଙ୍କ ସ୍କିନ୍ ଉଜ୍ଜ୍ୱଳ ଦେଖାଯିବ।
ସୁଗାର୍‌ ସ୍କ୍ରବ୍‌ ଏବଂ ଗ୍ରୀନ୍‌ ଟି
ଗ୍ରୀନ୍‌ ଟିକୁ ପାଣିରେ ମିଶାଇ ଛାଣି ଦିଅନ୍ତୁ ଏବଂ ସେଥିରେ କିଛି ଚିନି ମିଶାନ୍ତୁ। ବର୍ତ୍ତମାନ ଏହି ସୁଗାର୍‌ ସ୍କ୍ରବ୍‌କୁ ମୁହଁରେ ଲଗାନ୍ତୁ। ଏହାକୁ ବ୍ୟବହାର କଲେ ମୁହଁରେ ଦେଖାଯାଉଥିବା ଚର୍ମ କୁଞ୍ଚନ ଭଲ ହୋଇଥାଏ। ଏହି ସ୍କ୍ରବ୍‌ରେ ଆଣ୍ଟିବାୟୋଟିକ୍‌ ଗୁଣ ରହିବା ସହିତ ଏନ୍‌ଜାଇମ୍‌ ଏବଂ ଆମିନୋ ଏସିଡ୍‌ ରହିଛି, ଯାହା ଚର୍ମ ପାଇଁ ଭଲ।
ସୁଗାର୍‌ ସ୍କ୍ରବ୍‌ ଏବଂ କ୍ଲିଞ୍ଜର୍‌
କ୍ଲିଞ୍ଜର୍‌ ସହିତ କିଛି ଚିନି ମିଶାନ୍ତୁ। ଏହାକୁ ମୁହଁରେ ମାଲିସ୍‌ କରନ୍ତୁ ଏବଂ କିଛି ସମୟ ପରେ ମୁହଁକୁ ଧୋଇଦିଅନ୍ତୁ।
ବାଦାମ ତେଲ ଏବଂ ସୁଗାର୍‌ ସ୍କ୍ରବ୍‌
୧ ଚାମଚ ଚିନି ଏବଂ ୨ ଚାମଚ ବାଦାମ ତେଲ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ମାଲିସ୍‌ କରି ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ବାଦାମ ତେଲରେ ଭିଟାମିନ୍‌ ସି ରହିଛି, ଯେଉଁଥିରେ ସ୍କିନ୍‌ ସମସ୍ୟା ଦୂର ହୋଇଥାଏ।
ଦହି ଏବଂ ସୁଗାର୍‌ ସ୍କ୍ରବ୍‌
ଅଧା କପ୍‌ ଦହିରେ ୨ ଚାମଚ ଚିନି ମିଶାନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ସ୍କ୍ରବ୍‌କୁ ମାଲିସ୍‌ କରିବା ପରେ ମୁହଁରେ ଥିବା କୁଞ୍ଚନ ଏବଂ ବ୍ୟାକ୍ଟେରିଆ ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More