Only for Entertainment

କମ୍‌ ଉଚ୍ଚତା ହୋଇଥିଲେ କିପରି ଚୟନ କରିବେ ବିବାହ ଲେହେଙ୍ଗା, ଆପଣାନ୍ତୁ କିଛି ଟିପ୍ସ ।

youtube
44

କମ୍‌ ଉଚ୍ଚତା ହୋଇଥିଲେ ଝିଅମାନେ କିଭଳି ଲେହେଙ୍ଗା ପିନ୍ଧିବେ, ତାହାକୁ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କମ୍‌ ଉଚ୍ଚତାର ଝିଅଙ୍କୁ ଲେହେଙ୍ଗାର ଲମ୍ବରୁ ନେଇ କଲର, ଡିଜାଇନ୍‌, କଟ୍‌ସ ଏବଂ ଫ୍ୟାବ୍ରିକ୍‌ ଆଦି ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଟିକିଏ ବି ଏପଟ ସେପଟ ହୋଇଗଲେ, ପୂରା ଲୁକ୍‌ ଖରାପ ହୋଇଯାଏ। ଏଠାରେ ଏପରି କେତେକ ଟିପ୍‌ସ ଦିଆଯାଇଛି, ଯେଉଁଥିରେ ଆପଣଙ୍କ ଉଚ୍ଚତା କମ୍‌ ହୋଇଥିଲେ ମଧ୍ୟ ଲେହେଙ୍ଗା ଠିକ୍‌ ଭାବେ ସୁଟ୍‌ କରିବ।

ଲମ୍ବ ଏବଂ ଘେର ଉପରେ ଧ୍ୟାନ ଦିଅନ୍ତୁ

ଶର୍ଟ ହାଇଟ୍‌ର ଝିଅଙ୍କ ପାଇଁ ହାଇୱେଷ୍ଟ ଲେହେଙ୍ଗା ଉପଯୁକ୍ତ ବିକଳ୍ପ ଅଟେ। ଫ୍ଲେୟାର ବଦଳରେ ଏ-ଲାଇନ୍‌ଯୁକ୍ତଯୁକ୍ତ ଲେହେଙ୍ଗା ଚୟନ କରନ୍ତୁ। ଫ୍ଲୋର୍‌ ଲେନ୍‌ଥ ଲେହେଙ୍ଗାଠାରୁ ଦୂରେଇ ରହନ୍ତୁ। ଧ୍ୟାନ ରଖନ୍ତୁ ୱେଡିଂ ଲେହେଙ୍ଗା ଆଙ୍କଲ ଲେନ୍‌ଥଯୁକ୍ତ ହେବା ଦରକାର।

ହାଇ ୱେଷ୍ଟ ଲେହେଙ୍ଗା
ଆପଣଙ୍କ ଶରୀର ସ୍ଲିମ୍‌ ଟ୍ରିମ୍‌ ହେଉ ବା ମୋଟା, ଯଦି ଉଚ୍ଚତା ଛୋଟ ତେବେ ଆପଣଙ୍କ ପାଇଁ ହାଇ ୱେଷ୍ଟ ଲେହେଙ୍ଗା ଉପଯୁକ୍ତ ବିକଳ୍ପ ଅଟେ। ଏହି ଲେହେଙ୍ଗା କମ୍‌ ଉଚ୍ଚତା ବିଶିଷ୍ଟ ଯେ କୌଣସି ଫିଗରର ଝିଅଙ୍କ ଉପରେ ସୁଟ୍‌ କରିବ। ଏଥିରେ ନଜର ଆସୁଥିବା ଗୋଡ଼ ଆପଣଙ୍କୁ ହାଇଟ୍‌ ଦେବା ସହିତ ଭିନ୍ନ ଲୁକ୍‌ ମଧ୍ୟ ଦେଇଥାଏ।

ଛୋଟ ପ୍ରିଣ୍ଟଯୁକ୍ତ ଲେହେଙ୍ଗା
ଛୋଟ ପ୍ରିଣ୍ଟସ୍‌ ଏବଂ ହାଲୁକା ଲେହେଙ୍ଗା ଆପଣଙ୍କ ବ୍ୟକ୍ତିତ୍ବ ହିସାବରେ ଠିକ୍‌ ରହିବ। ଏହାସହିତ ଚୋଲିର ଫ୍ରଣ୍ଟ ଏବଂ ବ୍ୟାକ୍‌ ନେକ୍‌ ଡିଜାଇନ୍‌ ଶର୍ଟ ରଖନ୍ତୁ। ଏହା ଆପଣଙ୍କ ଲୁକ୍‌କୁ ସୁଟ୍‌ କରିବ।

ହାଇନେକ୍‌ ଲେହେଙ୍ଗାଠାରୁ ଦୂରେଇ ରହନ୍ତୁ
ଭି ଏବଂ ୟୁ ଶେପ୍‌ଯୁକ୍ତ ଲଙ୍ଗ ନେକ୍‌ ଡିଜାଇନ୍ସ ମଧ୍ୟ କମ୍‌ ହାଇଟ୍‌ଯୁକ୍ତ ଝିଅଙ୍କୁ ମାନି ନ ଥାଏ। ହାଇନେକ୍‌ ଲେହେଙ୍ଗାଠାରୁ ମଧ୍ୟ ଦୂରେଇ ରହନ୍ତୁ। ଏହା ବଦଳରେ ଆପଣ ଲଙ୍ଗ ଏବଂ ଲେୟାରିଂଯୁକ୍ତ ନେକ୍‌ପିସ୍‌ ଡିଜାଇନ୍ସ ଚୟନ କରିପାରନ୍ତି।

ସିଙ୍ଗଲ ରଙ୍ଗର ଲେହେଙ୍ଗା

ମଲ୍ଟିକଲର ଏବଂ ଡବଲ ଶେଡ୍‌ସ ଲେହେଙ୍ଗାଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉତ୍ତମ। କାରଣ ଏହା ଆପଣଙ୍କ ଉଚ୍ଚତାକୁ ଆହୁରି କମ୍‌ ଦେଖାଇଥାଏ। ଏହା ବଦଳରେ ଆପଣ ସିଙ୍ଗଲ ରଙ୍ଗର ଲେହେଙ୍ଗା ଚୟନ କରିପାରିବେ, ଯାହା ଆପଣଙ୍କୁ ଉଚ୍ଚା ଦେଖାଇବ।

ପତଳା ବର୍ଡରର ଲେହେଙ୍ଗା

ହେଭି ବର୍ଡରଯୁକ୍ତ ଲେହେଙ୍ଗା ଶର୍ଟ ହାଇଟ୍‌ର ଝିଅଙ୍କୁ ଆଦୌ ମାନି ନ ଥାଏ। ଯଦି ଆପଣଙ୍କ ଉଚ୍ଚତା କମ୍‌, ତେବେ ଲେହେଙ୍ଗାର ଅଣ୍ଟାରୁ ଆରମ୍ଭ କରି ନିମ୍ନ ପର୍ଯ୍ୟନ୍ତ ବର୍ଡର ପତଳା ହେବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More