Only for Entertainment

ଥାନାରୁ ଜୋତା ଚୋରି କରିନେଲା ଚୋର,ଖୋଜିବା ପାଇଁ ଲାଗିଲେ ୩୦୦୦ ପୋଲିସ ।

punjabkesari
0 40

ଜାପାନରେ ଚୋରି ଏବଂ ବଳାତ୍କାରର ଏକ ଚୋର ପୋଲିସ ଷ୍ଟେସନରୁ ଜୋତା ନେଇ ଚାଲିଯାଇଛି । ଏବେ ତାକୁ ଖୋଜିବା ପାଇଁ ଜାପାନରେ ପ୍ରାୟ ୩୦୦୦ ପୋଲିସଙ୍କୁ ନିୟୋଜନ କରାଯାଇଛି । ଏହି ଚୋର ଭିନିନ ଭିନ୍ନ କ୍ରାଇମ ପାଇଁ ୨ ମାସ ଧରି ଜେଲରେ ବନ୍ଦ ଥିଲା । ହିଦାର ବୟସ ୩୦ ବର୍ଷ । ରବିବାର ଦିନ ଓସ୍କାର ପୋଲିସ ଷ୍ଟେସନରୁ ନିଜ ଓକିଲ ସହିତ ସାକ୍ଷାତ ପରେ ଚତୁରତାର ସହିତ ଖସି ଯାଇଛି । ସେହି ସମୟରେ ତା ହାତରେ ହାତକଡ଼ି ନଥିଲା ।

ପ୍ରଥମେ ନଜର ପକାଇବେ ତ ଭୁଲ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କ । କାରଣ ଓଳିଲକୁ ସାକ୍ଷାତ ସମୟରେ ହିଦାକୁ ଏକ ଛଡ଼ା ଯାଇଥିଲା । ଓକିଲ ଯିବାର ପ୍ରାୟ ୨ ଘଂଟା ପରେ ହିଦା ପଳାଇଥିବା ଘଟଣା ନଜର ଆସିଥିଲା । ସେହି ସମୟରେ ଏହା ଜଣାପଡ଼ିଲାଯେ ହିଦା ପୋଲିସଙ୍କ ଜୋତା ନେଇ ପଳାଇ ଯାଇଛି । କାରଣ ତା ସାଣ୍ଡାଲ ସେହି ସ୍ଥାନରେ ଥିଲା ।

ବାସ୍ତବରେ ଜାପାନରେ କ୍ରାଇମ ରେଟ ଖୁବ କମ । ସେଠାରେ କୌଣସି କ୍ରିମିନାଲ ଖସି ପଳାଇଯିବା କୌଣସି ସାଧାରଣ କଥା ନୁହେଁ । ଏହା ପୂର୍ବରୁ ଅପ୍ରେଲରେ ଜଣେ କଏଦି ଜେଲ ଭାଙ୍ଗି ଚାଲି ଯାଇଥିଲା,ତାକୁ ଧରିବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରି ଦେଇଥିଲା । ୩ ସପ୍ତାହ ମଧ୍ୟରେ ସେ ଧରା ପଡ଼ି ଯାଇଥିଲା । କିନ୍ତୁ ଏହି ଘଟଣାରେ ପୋଲିସ ଚୋର ଏବଂ ତା ଓକିଲକୁ ଖୋଜୁଛି । ନିକଟସ୍ଥ ସ୍କୁଲ ଏବଂ ଘର ଆଦିକୁ ସାବଧାନ କରିଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More