Only for Entertainment

ସୁସ୍ଥ ଜୀବନ ପାଇଁ ଘରେ ରଖନ୍ତୁ ଏହି ୫ଟି ଗଛ ।

youtube
0 66

ବିଷାକ୍ତ ବାୟୁ, ରାସାୟନିକ ପଦାର୍ଥ ଏବଂ ଯନ୍ତ୍ରରେ ବନ୍ଧା ଜୀବନ ଶୈଳୀ ଦିନକୁ ଦିନ ଜୀବନ ଯାତ୍ରାକୁ ଜଟିଳ କରିବାରେ ଲାଗିଛନ୍ତି। ଫଳରେ ଏକ ନିରାମୟ ଏବଂ ଆରୋଗ୍ୟ ଜୀବନ ବିତାଇବା କଷ୍ଟସାଧ୍ୟ ହୋଇପଡିଛି। ତେବେ କିଛି ଔଷଧୀୟ ଗଛକୁ ଘରେ ରଖିଲ ଜୀବନ ନିରାମୟ ହେବ ବୋଲି ନିକଟରେ ଏକ ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି। ସହରରେ ହେଉ କିମ୍ବା ଗ୍ରାମରେ ଘରର ସୁନ୍ଦରତା ବୃଦ୍ଧି ପାଇଁ ଲୋକେ ବିଭିନ୍ନ ଗଛ ଲଗାଇବାକୁ ପସନ୍ଦ କରନ୍ତି। ଏହି ଗଛମାନଙ୍କ ମାଧ୍ୟରେ ଅଧିକାଂଶ ଔଷଧୀୟ ଗଛ ରହିଥାଏ। ଆସନ୍ତୁ ଜାଣିବା ପାଞ୍ଚଟି ମୁଖ୍ୟ ଔଷଧୀୟ ଗଛ ବିଷୟରେ, ଯେଉଁ ଗଛ ଆପଣଙ୍କୁ ଏକ ସୁସ୍ଥକର ଜୀବନ ନିର୍ବାହ କରିବାରେ ସହାୟକ ହୋଇଥାଏ।

ଘି କୁଆଁରି : ଘି କୁଆଁରି ଗଛ ପ୍ରୟତଃ ସମସ୍ତଙ୍କ ଘରେ ଦେଖାଯାଏ। ଏହି ଗଛରେ ବହୁ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତେ ବ୍ୟବହାର କରିଥାନ୍ତି। ଏହି ଗଛକୁ ତ୍ୱଚାର ଉଜ୍ୱଳତା ବୃଦ୍ଧି ପାଇଁ ମଧ୍ୟ ଯୁବ ପିଢି ବ୍ୟବହାର କରିଥାନ୍ତି।

ପୋଦିନା ଗଛ : ପୋଦିନା ଗଛରେ ଉଭୟ ଔଷଧୀୟ ଗୁଣ ଏବଂ ରୋଷେଇରେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାଗଛ ବ୍ୟାକ୍ଟେରିଆ ବିରୋଧୀ ହୋଇଥିବାରୁ ଏହାକୁ ରୋଷେଇକାରିବା ସମୟରେ ବ୍ୟବହାର କରାଯାଏ। ବିଭିନ୍ନ ପେଟ ରୋଗ ହେଉ କିମ୍ବା ମୁଣ୍ଡରେ ରୂପି ପୋଦିନା ପତ୍ର ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।

ବାସ୍ନାଯୁକ୍ତ ଗ୍ଳୁମ : ବିଭିନ୍ନ ଶାରୀରିକ ଯନ୍ତ୍ରଣା, ସ୍ନାୟୁ ଶକ୍ତି ବୃଦ୍ଧି, ରକ୍ତ ସଂଞ୍ଚାଳନ ବୃଦ୍ଧି ଆଦି ଅନେକ ରୋଗରୁ ଏହି ଗଛ ଦୂର କରିଥାଏ। ଏହି ଗଛରେ ସୁଗନ୍ଧିତ ବାସ୍ନା ରହିଥିବାରୁ ଘରେ ରଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି।

ସୁଗନ୍ଧିତ ବାଇଗଣୀ ରଙ୍ଗ ଗ୍ଳୁମ : ଏହି ଗଛକୁ ସାଧାରଣତଃ ରୋଷେଇ ଘରେ ରଖାଯାଇଥାଏ। ଏହା ଘରେ ରହିବା ଦ୍ୱାରା ଆପଣଙ୍କ ମଧ୍ୟରେ ଏକ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ। ଏହାର ଫୁଲ ବହୁତ ସୁନ୍ଦର ହୋଇଥିବାରୁ ଏହାକୁ ଦେଖିବାପରେ ମନୁଷ୍ୟର ମାନସିକତାରେ ପରିବର୍ତ୍ତନ ଦେଖାଯାଇଥାଏ।

ତୁଳସୀ ଗଛ : ସମସ୍ତ ଗଛ ମାନଙ୍କ ତୁଳନାରେ ତୁଳସୀ ଗଛର ସ୍ଥାନ ପ୍ରଥମ। ଏହି ଗଛକୁ ସମସ୍ତ ହିନ୍ଦୁ ନିଜ ଘରର ଅଗଣାରେ ରଖି ପୂଜା କରିଥାନ୍ତି। ତୁଳସୀ ଗଛରେ ଔଷଧୀୟ ଗୁଣ ଭରି ହୋଇରହିଥିବାରୁ ଏହାକୁ ସମସ୍ତେ ବ୍ୟବହାର କରିଥାନ୍ତି। ଛୋଟ ଛୁଆ ମାନଙ୍କୁ ତୁଳସୀ ପତ୍ର ରସ ଏବଂ ମହୁ ପ୍ରତ୍ୟକ ଦିନ ଖାଇବାକୁ ଦିଆଯାଏ। ଯାହାଦ୍ୱାରା ଶିଶୁର ଭବିଷ୍ୟତରେ ଥଣ୍ଡା ଧରିବା କଷ୍ଟ ହୋଇଥାଏ।

basil

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More