‘ଅଲିଟା ବ୍ୟାଟଲ ଏଂଜେଲ’ର ଦମଦାର ଆକ୍ସନ ଦେଖିବା ପରେ ଆପଣ ମଧ୍ୟ ଦିୱାନା ହୋଇଯିବେ ।
ହଲିଉଡ ଫିଲ୍ମ ଟାଇଟନିକ ଏବଂ ଅବତାର ଭଳି ସାନଦାର ଫିଲ୍ମ ନିର୍ମାଣ କରିଥିବା ପ୍ରଯୋଜକ ଜେମସ କ୍ୟାମରୁନ ପୁଣିଥରେ ବଡ଼ ପରଦାରେ ଧୁମ ମଚାଉଛନ୍ତି । ଏବେ କ୍ୟାମରୁନଙ୍କର ଅପକମିଂ ଫିଲ୍ମ ‘ଅଲିଟା ବ୍ୟାଟଲ ଏଂଜେଲ’ ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।
ଦମଦାର ଆକ୍ସନରେ ଭରପୂର ଏହି ଫିଲ୍ମ ଜାପାନୀ ଏନିମିଟେଡ ସିରିଜ ୟୁକିଟୋ କିଶିରୋର ରିମେକ । ଖବର ଅନୁସାରେ ୟୁକିଟୋ କିଶିରୋ ଜାପାନର ସାନଦାର ଫିଲ୍ମ ସିରିଜରୁ ଗୋଟିଏ ।
ଏହି ବିଷୟରେ ଆଲୋଚନା କଲେ ଜାଣିପାରିବେଯେ ଏହି ଫିଲ୍ମ ଏକ ରୋବର୍ଟ ମହିଳାକୁ ନେଇ ନିର୍ମାଣ କରାଯାଇଛି ଯିଏ ମଣିଷ ଭଳି ସବୁକିଛି ବୁଝିପାରୁଛି । ଗତ ଜାନୁୟାରୀରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏବେ ଫିଲ୍ମର ନୂଆ ଟ୍ରେଲର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।