Only for Entertainment

ଉପକାରୀ କଦଳୀଭଣ୍ଡା ।

medsplan.com
0 38

ବାସୁଙ୍ଗାକୁ ଛାଡ଼ି ଦେଲେ କଦଳୀଗଛର ବାକି ଜିନିଷ ଖାଦ୍ୟ ଉପଯୋଗୀ। କଞ୍ଚା କଦଳୀ ତିଅଣ ପାଇଁ ଗୋଟାଏ ସାଧାରଣ ପରିବା। ତା’ ପଛକୁ ତରକାରି ହୁଏ ମଞ୍ଜା। କିନ୍ତୁ, କଦଳୀଭଣ୍ଡା ପ୍ରଥମେ ଭଙ୍ଗା ହେଉଥିଲେ ବି ବଛାବଛି ବଡ଼ ଝିଞ୍ଝଟିଆ ହୋଇଥିବାରୁ କ୍ୱଚିତ୍‌ ଏହାକୁ ତିଅଣ କରନ୍ତି।

ମନେରଖନ୍ତୁ, କଦଳୀଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ। କଷାଳିଆ ଲାଗିଲେ ମଧ୍ୟ ଏଥିରେ ବିପୁଳ ପରିମାଣରେ ତନ୍ତୁ, ପୁଷ୍ଟିସାର, ପଟାସିୟମ୍‌, ଭିଟାମିନ୍‌ ଏ, ସି, ଇ, କେ ଏବଂ ଲୌହ ଅଂଶ ରହିଛି।

ଗବେଷଣାରୁ ଜଣାପଡ଼ିଛି ଯେ ୧୦୦ ଗ୍ରାମ୍‌ କଦଳୀଫୁଲରେ ରହିଛି: ୫୧ କ୍ୟାଲୋରି, ୧.୬ ଗ୍ରାମ୍‌ ପୁଷ୍ଟିସାର, ୦. ୬ ଗ୍ରାମ୍‌ ଚର୍ବି. ୯. ୯ ଗ୍ରାମ୍‌ ସ୍ନେହସାର, ୫. ୭ ଗ୍ରାମ୍‌ ତନ୍ତୁ, ୫୬ ମିଲିଗ୍ରାମ୍‌ କାଲ୍‌ସିୟମ୍‌, ୭୩. ୩ ମିଲିଗ୍ରାମ୍‌ ଫସ୍‌ଫରସ୍‌, ୫୬. ୪ ମିଲିଗ୍ରାମ୍‌ ଲୌହ, ୧୩ ମିଲିଗ୍ରାମ୍‌ ତମ୍ବା, ୫୫୩. ୩ ମିଲିଗ୍ରାମ୍‌ ପଟାସିୟମ୍‌, ୪୮. ୭ ମିଲିଗ୍ରାମ୍‌ ମାଗ୍ନେସିୟମ୍‌, ୧. ୦୭ ମିଲିଗ୍ରାମ୍‌ ଭିଟାମିନ୍‌ ଇ।

ସଂକ୍ରମଣ ଦୂରକାରୀ: ଏନ୍ଥୋଲ୍‌ ଥିବାରୁ କଦଳୀଭଣ୍ଡା ଶରୀରରେ ପାଥୋଜେନିକ୍‌ ବ୍ୟାକ୍ଟେରିଆ ଯଥା ବାସିଲସ୍‌ ସବ୍‌ଟାଲିସ୍‌, ବାସିଲସ୍‌ ସେରିୟସ୍‌, ଇ-କୋଲାଇ ଆଦିଙ୍କର ବୃଦ୍ଧି ପ୍ରତିରୋଧ କରି ସଂକ୍ରମଣ ନାଶ କରେ। ଏହା ମେଲେରିଆ ପାରାସାଇଟ୍‌ ବିନାଶ କରିପାରେ ବୋଲି କେତେକ କହୁଛନ୍ତି।

ମଧୁମେହ ଓ ରକ୍ତହୀନତା ଉପସମକାରୀ: ଗବେଷଣାରୁ ଜଣାପଡ଼ିଛି ଯେ କଦଳୀଭଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କର ରକ୍ତଶର୍କରା ସ୍ତର କମିଯାଏ। ଶରୀରରେ ସାମଗ୍ରିକ ରୂପେ ହିମୋଗ୍ଲୋବିନ୍‌ ସ୍ତର ମଧ୍ୟ ବଢ଼ାଇ ଦିଏ।
ବିଷାଦ ନାଶକ: କଦଳୀଭଣ୍ଡାରେ ମ୍ୟାଗ୍ନେସିୟମ୍‌ ଥିବାରୁ ଏହା ମିଜାଜ୍‌ ଠିକ୍‌ ରଖିବା ସହ ମନରୁ ଚିନ୍ତା ଓ ଅବସାଦ ଦୂର କରେ।

ଜୀବକୋଷ କ୍ଷୟ ବନ୍ଦ କରେ: କଦଳୀଭଣ୍ଡାରେ ଥିବା ମେନ୍ଥଲ୍‌ରେ ଆଣ୍ଟିଅକ୍ସିଡେଣ୍ଟ୍‌ ଥିବାରୁ ଏହା ଜୀବକୋଷଗୁଡ଼ିକୁ ନଷ୍ଟ କରାଇ ଦିଏ ନାହିଁ। ଶରୀରରେ ଜୀବକୋଷ ନଷ୍ଟ ହେଲେ କର୍କଟରୋଗ ଅକାଳ ବାର୍ଦ୍ଧକ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଉପୁଜେ।
ପେଟ ପାଇଁ ଉତ୍ତମ: ପେଟ ପାଇଁ ଭଲ ହୋଇଥିବାରୁ କଦଳୀଭଣ୍ଡା ହଜମ କ୍ରିୟା ପାଇଁ ମଧ୍ୟ ହାଲୁକା ହୋଇଥାଏ। ପେଟବିନ୍ଧା ଏବଂ ଅମ୍ଳଜିନିତ ପେଟ ଫମ୍ପା ମଧ୍ୟ ଏଥିରେ କମିଥାଏ।

ଋତୁସ୍ରାବ ସମସ୍ୟା ଦୂରକାରୀ: ଦହି ସହ କଦଳୀଭଣ୍ଡା ତିଅଣ ଖାଇଲେ ଶରୀରେ ପ୍ରୋଜେଷ୍ଟେରୋନ୍‌ ସ୍ତର ବଢ଼ିଯାଏ। ଫଳରେ ମାତ୍ରାଧିକ ସ୍ରାବ ଭଳି ସମସ୍ୟା ବନ୍ଦ ହୋଇଯାଏ। ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ରେ ଆକ୍ରାନ୍ତ ମହିଳାଙ୍କ ପାଇଁ କଦଳୀଭଣ୍ଡା ଭଲ ବୋଲି କୁହାଯାଉଛି।

ମାତୃସ୍ତନ୍ୟ ବର୍ଦ୍ଧକ: ସ୍ତନ୍ୟଦାତ୍ରୀ ମାଆମାନେ କଦଳୀଭଣ୍ଡା ଖାଇଲେ ଛୁଆମାନଙ୍କୁ ଅଧିକ କ୍ଷୀର ଖୁଆଇ ପାରନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More