Only for Entertainment

ଦିନକୁ ୩ଟି ଅଣ୍ଡା ଖାଇବା ଉଚିତ । ଜାଣନ୍ତୁ ଏହାର କାରଣ ।

ଦିନକୁ ୩ଟି ଅଣ୍ଡା ଖାଇବା ଉଚିତ । ଜାଣନ୍ତୁ ଏହାର କାରଣ ।
0 58

ଜଳଖିଆରେ ବହୁ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ଥିବା ପ୍ରୋଟିନ,କ୍ୟାଲସିୟମ ଓ ଓମେଗା ଥ୍ରି ଫ୍ୟାଟି ଏସିଡ ଶରୀରର ମାଂସପେଶୀକୁ ମଜବୁତ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ବ୍ୟତୀତ ଏହା ଚର୍ମ ଏବଂ କେଶକୁ ଫାଇଦା ମିଳିଥାଏ । ଦିନକୁ ୩ଟି ଅଣ୍ଡା ଖାଇବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କେଉଁ ପରିବର୍ତ୍ତନ ଆସିଥାଏ ।

ଅଣ୍ଡାରେ ୯୫ ପ୍ରତିଶତ ପ୍ରୋଟିନ ରହିଥାଏ । ଏହା ଖୁବ ଶୀଘ୍ର ହଜମ ହୋଇଯାଏ । ଗୋଟିଏ କକୁଡ଼ାର ଅଣ୍ଡାରେ ୧୨ ପ୍ରକାରର ଭିଟାମିନ,ପତ୍ୟେକ ମୁଖ୍ୟ ମିନେରାଲ,ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଫ୍ୟାଟି ଏସିଡ ରହିଥାଏ, ଯାହା ହୃତପିଣ୍ଡ ଏବଂ ରକ୍ତ କଣିକା ପାଇଁ ଲାଭକାରୀ ।

ଅଣ୍ଡାରେ ଥିବା କୋଲିନ ମସ୍ତଷ୍କ ବିକାଶରେ ସାହାଯ୍ୟ କରିଥାଏ । ଆମିନୋ ଏସିଡ ଶକ୍ତି ପ୍ରଦାନ କରିଥାଏ । ଗୋଟିଏ କୁକୁଡ଼ାର ଅଣ୍ଡାରେ ୧୫୫ କିଲୋ କ୍ୟାଲୋରୀ ଶକ୍ତି ରହିଥାଏ । ଏହା ମେଟାବୋଲିଜିମକୁ ବଢାଏ । ଏହା ସହିତ ଓଜନ ହ୍ରାସ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଶିଶୁର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ଏହା ଖୁବ ଲାଭକାରୀ ।

ଅଣ୍ଡାର କେଶରକୁ ଫୋପାଡ଼ନ୍ତୁ ନାହିଁ । ଏଥିରେ ଭିଟାମିନ ଏ,ଡି,କୋଲିନ ଓ ଗୁଡ଼ କୋଲେଷ୍ଟ୍ରଲ ରହିଥାଏ । ଯଦି ଆପଣଙ୍କର ମଧୁମେହ ନାହିଁ କିମ୍ବା ଆଲର୍ଜି ନାହିଁ ତେବେ ଦିନକୁ ୩ଟି ଅଣ୍ଡା ବିନା ବଟର ଏବଂ ଅଲିଭ ଅଏଲରେ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More