Only for Entertainment

ପେଟର ଫ୍ୟାଟ କମାଇବ ଅଦା,ଜାଣନ୍ତୁ ଏହାକୁ ବ୍ୟବହାର କରିବାର ପ୍ରଣାଳୀ ।

loss weight
0 46

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ଓଜନକୁ ନେଇ ଚିନ୍ତିତ । ଓଜନ ହ୍ରାସ ପାଇଁ ଲୋକ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରୁଛନ୍ତି । କିଛି ଲୋକ ଏକ୍ସରସାଇଜ କରୁଛନ୍ତି ତ କିଛି ଲୋକ ଡାଇଟ । ତେଣୁ ଆପଣ ଯଦି ଓଜନ କମ କରିବାକୁ ଚାହୁଁଛନ୍ତି ନିଜ ଡାଇଟ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ସୁସ୍ଥ ମଧ୍ୟ ରହିବେ । ତେବେ ଅଦା ଜଳ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଜାଣନ୍ତୁ କିପରି ଏହାକୁ ବ୍ୟବହାର କରିବେ ।

ଆବଶ୍ୟକୀୟ ସାମଗ୍ରୀ- କିଛି ପତଳା କଟା ଅଦା,ଦେଢ ଲିଟର ଜଳ ଓ ୧ଟି ଲେମ୍ବୁ ।

ପ୍ରଥମେ ଜଳକୁ ଗରମ କରନ୍ତୁ । ଫୁଟି ଆସିବା ପରେ ଅଦାକୁ ପକାନ୍ତୁ ଏବଂ ୧୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଗ୍ୟାସ ବନ୍ଦ କରନ୍ତୁ ଏବଂ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଛାଣନ୍ତୁ । ଏହାପରେ ଲେମନ ଜୁସ ପକାନ୍ତୁ । ଖାଇବାର ଅଧ ଘଂଟା ପୂର୍ବରୁ ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More