Only for Entertainment

ମଧୁମେହ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରେ ଏହି ଫଳ ।

NDTV Food
0 37

ପାଚିଲା କଦଳୀ ତ ସମସ୍ତେ ଖାଆନ୍ତି । କିନ୍ତୁ ଆପଣ କ’ଣ କଂଚା କଦଳୀ ମଧ୍ୟ ଖାଇବାକୁ ଭଲ ପାଆନ୍ତିକି?ହୁଏତ ଆପଣ ଏହାକୁ ଖାଆନ୍ତି କିନ୍ତୁ ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଏହାକୁ ସର୍ବଦା ଖାଦ୍ୟରେ ସାମିଲ କରିବାକୁ ଭଲପାଇବେ । ଆସନ୍ତୁ ଜାଣିବା ତାହାର ଫାଇଦା ବିଷୟରେ ।

କଂଚା କଦଳୀ ଖାଇବା ଦ୍ୱାରା ଆମ ଅନ୍ତରେ କୌଣସି ପ୍ରକାରର ଖରାପ ଜିନିଷ ଜମିବାକୁ ଦେଇନଥାଏ । ଯଦି ଆପଣଙ୍କର କୋଷ୍ଠ କାଠିନ୍ୟ ସମସ୍ୟା ରହିଛି ତେବେ ପ୍ରତିଦିନ ଏହାକୁ ଖାଆନ୍ତୁ,ଯାହା ଦ୍ୱାରା ମୁକ୍ତି ପାଇପାରିବେ ।

ଯଦି ଆପଣ ଓଜନ କମ କରିବାକୁ ଚାହାଁନ୍ତି ତେବେ ଏହା କୌଣସି ବରଦାନ ଠାରୁ କମ ନୁହେଁ । ଏଥିରେ ଥିବା ଫାଇବର୍ସ ଅନାବଶ୍ୟକ ଫ୍ୟାଟ ସେଲ୍ସକୁ ନଷ୍ଟ କରିଥାଏ ।

ଯଦି କାହାର ମଧୁମେହ ଆରମ୍ଭ ହେଉଛି ତେବେ କଂଚା କଦଳୀ ଖାିବା ଆରମ୍ଭ କରନ୍ତୁ । ଏହା ସୁଗାର ସ୍ତର ନିୟନ୍ତ୍ରଣ କରିଥାଏ ।

ଯଦି ଅଧିକ ଭୋକ ହେଉଥାଏ ତେବେ ଏହାକୁ ଖାଇବା ଦ୍ୱାରା ଭୋକ ଶାନ୍ତ ହୋଇଯାଏ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More