Only for Entertainment

ଲେମ୍ବୁର ଫାଇଦା ବିଷୟରେ ତ ଜାଣିଥିବେ,ଏବେ ଜାଣି ରଖନ୍ତୁ କ୍ଷତି ବିଷୟରେ ।

youtube
0 53

ଲେମ୍ବୁ ଖାଇବାର ମଜା ଖୁବ ନିଆରା । ଏହା ଖାଦ୍ୟର ସ୍ୱାଦକୁ ବଢାଇବାରେ ଏକ ମୁଖ୍ୟ କାରକ ସାଜିଥାଏ । ଥଣ୍ଡା ଦିନ ହେଉ ବା ଗରମ ଦିନ ଏହାକୁ ଖାଦ୍ୟରେ ସାମିଲ କରାଯାଇଥାଏ । ଭିଟାମିନ ସିରେ ଭରପୂର ଲେମ୍ବୁର ତ ଅନେକ ଫାଇଦା ରହିଛି କିନ୍ତୁ ଏହା ଶରୀରକୁ କ୍ଷତି ମଧ୍ୟ ପହଂଚାଇଥାଏ । ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ କିନ୍ତୁ ଏହା ସତ । ଆସନ୍ତୁ ଆଲୋଚନା କରିବା ।

ଲେମ୍ବୁରେ ସିଟ୍ରସ ଏସିଡ ରହିଥାଏ । ଯାହାକୁ ଅଧିକ ପିଇବା ଦ୍ୱାରା ଆମ ଦାନ୍ତ ଉପରେ ଖରାପ ପ୍ରଭାବ ପକାଇଥାଏ । ଦାନ୍ତ ସେନ୍ସିଟିଭ ହୋଇଯାଏ । ତେଣୁ ଏଥିରୁ ବଂଚିବା ପାଇଁ ଆପଣ ଷ୍ଟ୍ର ବ୍ୟବହାର କରିପାରିବେ । ଯାହା ଦ୍ୱାରା ଏହା ଆପଣଙ୍କ ଦାନ୍ତ ସଂପର୍କରେ ଆସିବ ନାହିଁ ।

ଲେମ୍ବୁରେ ଅକ୍ସଲେଟ ରହିଥାଏ,ଯାହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ କ୍ରିଷ୍ଟଲ ବଢିଥାଏ ।
ଯେଉଁମାନଙ୍କର ଏସିଡିଟି ସମସ୍ୟା ଦେଖାଦିଏ ସେମାନେ ଲେମ୍ବୁ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଦ୍ୱାରା ଅଧିକ ଏସିଡିଟି ହୋଇଥାଏ ।

କେତେକ ଲୋକ ଅଏଲି ଖାଦ୍ୟ ଖାଇବା ପରେ ହଜମ ପାଇଁ ଗରମ ଜଳରେ ଲେମ୍ବୁ ପକାଇ ସେବନ କରନ୍ତି କିନ୍ତୁ ଏଭଳି ନକ ରି ଆପଣ ଖାଦ୍ୟ ସହିତ ଏହାକୁ ଖାଇପାରିବେ । କାରଣ ଅଧିକ ଲେମ୍ବୁ ରସ ପିଇବା ଦ୍ୱାରା କେତେକ ସମୟରେ ଏସିଡିଟି ହୋଇଯାଏ ଏବଂ ଶରୀର ସୁସ୍ଥ ହେବା ପରିବର୍ତ୍ତେ ପେଟ ଖରାପ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More