Only for Entertainment

କେଉଁ ରଙ୍ଗର ସୂତା ବାନ୍ଧିବା ଦ୍ୱାରା କେଉଁ ଫାଇଦା ମିଳିଥାଏ,ଜାଣନ୍ତୁ ।

punjab kesari
0 80

ଆପଣ କେତେକ ଲୋକଙ୍କୁ ଶରୀରର ବିଭିନ୍ନ ଅଙ୍ଗରେ ସୂତା ବାନ୍ଧିବାର ଦେଖିଥିବେ । ଏପରିକି ଆପଣ ନିଜେ ମଧ୍ୟ ସୂତା ବାନ୍ଧିଥିବେ । କିନ୍ତୁ କଣ ଆପଣଙ୍କୁ ଅଲଗା ଅଲଗା ରଙ୍ଗର ସୂତା ବାନ୍ଧିବାର ଫାଇଦା ସର୍ମ୍ପକରେ ଜଣାଅଛି କି? ଆସନ୍ତୁ ଆଲୋଚନା କରିବା ।

ଅନ୍ଧ ବିଶ୍ୱାସ ହେଉ ବା ବିଶ୍ୱାସ ଯେ କୌଣସି କାରଣ ବଶତଃ କିଛି ଲୋକ ଶରୀରର କେତେକ ନିର୍ଦ୍ଦିଷ୍ଟ ଅଙ୍ଗରେ ସୂତା ଆଦି ବାନ୍ଧିଥାଆନ୍ତି । ସାଧାରଣତଃ କୁହାଯାଏ ଯେତେବେଳେ ଆମକୁ କାହାର ଖରାପ ନଜର ଲାଗିଥାଏ ସେହି ସମୟରେ ପାଦରେ କଳାଫିତା ବାନ୍ଧିବାକୁ ପରାମର୍ଶ ଦିଆଯାଇଥାଏ । ବିଶ୍ୱାସ ରହିଛି ଏହି କଳା ରଙ୍ଗର ଫିତା ବାନ୍ଧିବା ଦ୍ୱାରା ଲାଗିଥିବା ନଜର ଛାଡି ଯାଇଥାଏ । କଳାଫିତା ହାତରେ ବେକରେ କିମ୍ବା ପାଦରେ ବନ୍ଧା ଯାଇଥାଏ ।

କଳା ଫିତା କାଳ ଭୈରବଙ୍କୁ ମଧ୍ୟ ଚଢା ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ଫିତା ଭଗବାନ ଶନି ଓ ରାହୁ ଗ୍ରହଙ୍କର ପ୍ରିୟ ବୋଲି ଜଣାପଡିଛି । ଏହାକୁ ବାନ୍ଧିବା ଦ୍ୱାରା ଏସବୁ ଗ୍ରହଗୁଡିକର ଦଶା କଟିଥାଏ ବୋଲି କୁହାଯାଏ । ବିଶ୍ୱାସ ରହିଛି ହଳଦିଆ ରଙ୍ଗର ଫିତା ବାନ୍ଧିବା ଶୁଭ ହୋଇଥାଏ । ସେଥିପାଇଁ କୁହାଯାଏ ହଳଦିଆ ରଙ୍ଗର ଫିତା ହାତରେ ବାନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ଓ ଏକାଗ୍ରତା ବୃଦ୍ଧି ପାଏ ।

ନାଲିଫିତାର ସମ୍ପର୍କ ସୂର୍ଯ୍ୟ ଓ ମଙ୍ଗଳ ସହ ଜଡିତ ବୋଲି କୁହାଯାଇଛି । କୁହାଯାଏ ନାଲି ରଙ୍ଗର ଫିତା ହାତରେ ବାନ୍ଧିବା ଦ୍ୱାରା ଆୟୁ ବୃଦ୍ଧି ପାଏ । ନାଲି ଫିତା ଆମମାନଙ୍କୁ ଶ୍ରତୁ କବଳରୁ ରକ୍ଷା କରେ ବୋଲି କୁହାଯାଏ । ଏହା ଛଡା ଗେରୁଆ ରଙ୍ଗ ବହୁତ ପବିତ୍ର ବୋଲି ବିଶ୍ୱାସ ରହିଛି । ମନସ୍ମାମନା ପୂର୍ଣ୍ଣ କରିବା ପାଇଁ ହାତ ଘଣ୍ଠିରେ ଗେରୁଆ ରଙ୍ଗର ସୂତା ବାନ୍ଧିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More