ଜାମୁକୋଳି ଲିଭର ପାଇଁ ଲାଭଦାୟକ ହୋଇଥାଏ ।
ଗରମ ଦିନରେ ମିଳୁଥିବା ଜାମୁକୋଳି ଏକ ସ୍ୱାଦିଷ୍ଟ ଫଳ । ଏହାର ଖଟ୍ଟା ମିଠା ସ୍ୱାଦ ସମସ୍ତଙ୍କୁ ପସନ୍ଦ । ଏହା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ମିନେରାଲସ ରହିଥାଏ । ଯାହା ଶରୀର ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ ।
ଯଦି ଆପଣଙ୍କର ସୁଗାର ସମସ୍ୟା ରହିଛି ତେବେ ଜାମୁକୋଳି ଆପଣଙ୍କ ପାଇଁ ଲାଭଦାୟକ ହେବ ।
ଜାମୁକୋଳି ମଂଜି ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ଅଧଚାମଚ ଜାମୁକୋଳିର ମଂଜିର ଗୁଣ୍ଡ ନିଅନ୍ତୁ ଓ ଏକ ଗ୍ଲାସ ଜଳରେ ମିଶାଇ ପିଅନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ୱାରା ଆପଣଙ୍କ ସୁଗାର ସ୍ତର ନିୟନ୍ତ୍ରଣରେ ରହିବ ।
ଯଦି ଆପଣଙ୍କ ପେଟଗତ ସମସ୍ୟା ରହିଛି ତେବେ ଜାମୁକୋଳି ରସରେ ସୈନ୍ଧବ ଲୁଣ ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଯିବ ।