Only for Entertainment

ଘନ କେଶ ଚାହୁଁଥିଲେ ସପ୍ତାହକୁ ଦୁଇ ଥର କରନ୍ତୁ ଏହି ଉପାୟ ।

The Sassy Nut
0 59

କେଶ ସୁନ୍ଦର ଦେଖାଯାଉ ଏହା ସମସ୍ତେ ଚାହାଁନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । କେହି କେହି ଔଷଧ ଆଦି ବ୍ୟବହାର କରନ୍ତି ତ ଅନ୍ୟ ଏକ ପ୍ରାକୃତିକ ପଦାର୍ଥର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିରଖିବା ଉଚିତଯେ ସବୁବେଳେ ପ୍ରାକୃତିକ ଜିନିଷଙ୍କୁ ଅଧିକ ବ୍ୟବହାର କରିବା ଉଚିତ । କେମିକଲ ଉତ୍ପାଦନ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଦ୍ୱାରା ପାଶ୍ୱର୍ ପ୍ରତିକ୍ରିୟା ପଡ଼ିବାର ସମ୍ଭାବନା ରହିଥାଏ । କେବଳ ସମ୍ଭାବନ ନୁହେଁ ବରଂ ବିଭିନ୍ନ ସମୟରେ ସମସ୍ୟା ମଧ୍ୟ ଦେଖାଯାଏ । ଯାହା ଦ୍ୱାରା କେଶ ଖରାପ ହୋଇଯାଏ । ତେଣୁ ଏହି ମସସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ପ୍ରାକୃତିକ ପଦାର୍ଥ ବ୍ୟବହାର କରିବା ଉଚିତ । ଯାହା ଦ୍ୱାରା କେଶ କେବଳ ସୁନ୍ଦର ଦେଖାଯିବ ତାହା ନୁହେଁ ବରଂ କେଶ କଳା ଏବଂ ଘନ ମଧ୍ୟ ହେବ । ତେବେ ଏଥିପାଇଁ କେଉଁ ଉପାୟ ଆପଣାଇବାକୁ ପଡ଼ିବ ଆସନ୍ତୁ ଆଲୋଚନା କରିବା ।

୨ ଚାମଚ ଆପଲ୍ ସିଡାର ଭିନେଗାରରେ ୨ଚାମଚ ଅଲିଭ ତେଲ ଓ ୩ ଅଣ୍ଡା ମିଶାଇ ଫେଣ୍ଟିନେବେ। ଏବେ ସେହି ମିଶ୍ରଣକୁ କେଶମୂଳରେ ଲଗାଇ ଅଢ଼େଇ ଘଣ୍ଟା ପରେ କେଶ ଧୋଇବେ। ସପ୍ତାହକୁ ୨ ଥର ଏପରି କଲେ ନିଜେ ଫରକ୍ ଜାଣିପାରିବେ।

ଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ା ବନ୍ଦ ହୋଇଥାଏ।

ଓଦା କେଶ ନ ଶୁଖିବା ପର୍ୟ୍ୟନ୍ତ କେଶରେ ତଉଲିଆ ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ।

କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ।

ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More