Only for Entertainment

ଆକର୍ଷଣୀୟ ଲୁକ୍ ଦିଏ ବନ୍ଧାକୋବି ! ଜାଣନ୍ତୁ କିପରି ?

the canadian encyclopedia
0 49

ବନ୍ଧାକୋବିକୁ ତରକାରୀ,ସାଲାଡ ।ଦିରେ ବ୍ୟବହାର କରାଯାଏ । ହେଲେ,ଏହାର ବହୁବିଧ ରୋଗନାଶକକାରୀ କ୍ଷମତା ବି ରହିଛି । ଓଜନ ହ୍ରାସ କରାଇବାରେ ବି ମୁଖ୍ୟ ଭୂମିକା ଗ୍ରହଣ କରେ । ଏଥିରେ ସେଲୁଲୋଜ୍ ନାମକ ପଦାର୍ଥ ଥିବାରୁ ନିୟମିତ ଏହାକୁ ଖାଇବା କୋଲେଷ୍ଟେରଲ କମାଇଥାଏ ।

• ଶରୀରର ମେଟାବଲିଜମ ସୁସ୍ଥ ରଖିବା ଲାଗି ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଉଚିତ । ଏଥିରେ ଥବା ଚର୍ବି ହଟାଇବା ଗୁଣ ସହ ମିନେରାଲ୍ସ ଏବଂ ଆଇରନ୍ ତଥା ସଲଫର ପ୍ରଚୁର ପରିମାମରେ ରହିଥାଏ ।

• ବନ୍ଧାକୋବିରେ ଫାଇବର,କେରୋଟିନ୍, ଭିଟାମିନବି-୧, ବି-୬,କେ, . ସି ବ୍ୟତୀତ ଅନେକ ପୋଷଣ ରହିଛି । ତେବେ ଏହାକୁ କେବଳ ଶୀତଦିନେ ଖାଇବା ଲାଭଦାୟକ । କାରଣ , ଖରାଦିନେ ବନ୍ଧାକୋବିରେ ପୋକ ହୋଇଯାଆନ୍ତି । ଏହା କାଶ, ପିତ୍ତ,ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ ସହ ଭୋକ ମଧ୍ୟ ବଢାଇଥାଏ ।

• ବନ୍ଧକୋବିରେ କ୍ଷୀର ଭଳି କ୍ୟାଲସିୟମ ରହିଥାଏ । ଯାହା ହାଡକୁ ମଜଭୂତ କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ । ତେବେ ଏହାର ରସ ସହ ଗାଜରର ରସ ସମ ପରିମାଣରେ ମିଶାଇ ଏହାକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

• ଦାନ୍ତ ମାଢିରୁ ରକ୍ତ ବାହାରୁଥିଲେ ବନ୍ଧାକୋବିର ପତ୍ର ଖାଇବା ଏଥିପାଇଁ ଉପକାରୀ ହୋଇଥାଏ ।

• କୋଷ୍ଠ୍ୟକାଠିନ୍ୟରେ ଆକ୍ରାନ୍ତ ଥିଲେ ବନ୍ଧାକୋବି ଖାଆନ୍ତୁ । ଏଥିରେ ଥିବା ତନ୍ତ୍ୁ ହଜମ କ୍ରିୟା ଉନ୍ନତ କରିଥାଏ ।

• କ୍ୟାନସର ଆକ୍ରାନ୍ତ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ । କୋବିର ସତେଜ ପତ୍ର ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ କିଛି ମାତ୍ରାରେ ଉପଶମ ଦେଇଥାଏ ।

• ଆକର୍ଷଣୀୟ ଲୁକ୍ ଚାହୁଁଥିଲେ ଡାଏଟିଂରେ ଏହାର ଜୁସକୁ ସାମିଲ କରନ୍ତୁ । ବନ୍ଧାକୋବିରେ ଥିବା ଭିଟାମିନ ଇ ଏବଂ ସିଲିକନ୍ ନୂଆ କେଶ ଉଠିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More