Only for Entertainment

ବିଦ୍ୟାଳୟରୁ ଫେରିବା ପରେ ପିଲାକୁ କରନ୍ତୁ ଏହି ସବୁ ପ୍ରଶ୍ନ ।

viva.co.id
0 51

ନିଜ ପିଲାର ଯତ୍ନ ନେବା ବାପା ଓ ମାଙ୍କର କର୍ତ୍ତବ୍ୟ । ସେଥିପାଇଁ ସେମାନେ ସବୁବେଳେ ପିଲାର ସୁନ୍ଦର ଭବିଷ୍ୟତ ପାଇଁ ଚିନ୍ତାରେ ଥାଆନ୍ତି । ବିଶେଷକରି ଛୋଟ ଥିବାବେଳେ ସେମାନଙ୍କୁ ନେଇ ସର୍ବଦା ବ୍ୟସ୍ତ ରୁହନ୍ତି । ଏହା ବ୍ୟତୀତ ଏକ ଗରୂତ୍ୱପୂର୍ଣ୍ଣ କଥା ହେଉଛି ଶିକ୍ଷା । ଖାସ କରି ସେମାନେ ବିଦ୍ୟାଳୟରୁ ଫେରିବା ପରେ ସେମାନଙ୍କ ସହିତ କଥା ହେବା ଉଚିତ ଏବଂ ସେମାନଙ୍କ କଥାକୁ ଭଲ ଭାବରେ ଶୁଣିବା ଉଚିତ । ଏହା ଦ୍ୱାରା ପିଲା ଏବଂ ଆପଣଙ୍କ ମଧ୍ୟରେ ସଂପର୍କ ନିବିଡ଼ ହେବ ଏବଂ ଆପଣ ବିଦ୍ୟାଳୟ ବିଷୟରେ ସବୁକିଛି ଜାଣିପାରିବେ ।

ବେଳେ ବେଳେ ପିଲାମାନେ ଡରରେ କିଛି କଥା ଲୁଚାନ୍ତି । ଆପଣ ସେମାନଙ୍କ ସହିତ ଭଲରେ କଥା ହେଲେ ସେମାନେ ମଧ୍ୟ ସମସ୍ତ କଥା ପ୍ରକାଶ କରିପାରିବେ । ଯାହା ଦ୍ୱାରା ଆପଣ କିଛି ଭଲ ନିଷ୍ପତ୍ତି ନେବା ସହିତ ଅନ୍ୟ ମାନଙ୍କ ସହିତ ଆଲୋଚନା ମଧ୍ୟ କରିପାରିବେ ।

ଘରକୁ ବିଦ୍ୟାଳୟରୁ ଫେରିବା ପରେ ଆପଣ ସେମାନଙ୍କ କାର୍ଯ୍ୟପ୍ରତି ଧ୍ୟାନ ରଖନ୍ତୁ । ଏଭଳି ବ୍ୟବହାର କରନ୍ତୁ ଯେପରି ପିଲା ନିଜେ ଆସି ସବୁ କଥା କହିବ । ଯଦି ସେ ଆପଣଙ୍କୁ ଡରେ ତେବେ କିଛି କହିପାରିବ ନାହିଁ । ଯାହା ଆଗାମୀ ଭବିଷ୍ୟତରେ ଅସୁବିଧାରେ ପକାଇବ ।

ଆଜିକାଲି ବାପା ମା କେବଳ ପଢା ମଧ୍ୟରେ କଥାକୁ ସୀମିତ ରଖୁଛନ୍ତି । ଏହା କରିବା ଠିକ କିନ୍ତୁ ଏହା ସହିତ ମଜାଳିଆ କଥା ମଧ୍ୟ ହେବା ଉଚିତ । କିଛି ଭିନ୍ନ ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ । ଯାହା ଦ୍ୱାରା ସେମାନଙ୍କ ଉପରେ ଚାପ ବଢିବ ନାହିଁ ଏବଂ ପଢାରେ ମନ ମଧ୍ୟ ଲାଗିବ ।

ଆପଣଙ୍କ ପିଲା ବିଦ୍ୟାଳୟରେ କାହା କାହା ସହିତ ମିଶୁଛି ଭଳି କଥା ଠାରୁ ଆରମ୍ଭ କରି ଶିକ୍ଷକ ଓ ଶିକ୍ଷୟତ୍ରୀ କହିଥିବା କଥା ପର୍ଯ୍ୟନ୍ତ ସବୁକିଛି ଜାଣିବାକୁ ଚେଷ୍ଟା କରନ୍ତୁ । କାରଣ ବେଳେ ବେଳେ ଏଭଳି କିଛି ବିରାଟ ସମସ୍ୟା ହୋଇଥାଏ ଏବଂ ପିଲାମାନେ ସେଥିରେ ଫସି ଯାଇଥାନ୍ତି,କିନ୍ତୁ ଏ ସବୁ ଶେଷ ମୁହୂର୍ତ୍ତରେ ଜଣା ପଡ଼େ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More