Only for Entertainment

ବିଭିନ୍ନ ସମସ୍ୟାରୁ ମୁକ୍ତି ଦିଏ ଏହି ଚା ।

Hindustan
38

କିଛି ଲୋକ ଚା ପିଇବାକୁ ଭଲ ପାଆନ୍ତି ତ କିଛି ଲୋକ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି ଚା ମଧ୍ୟ କିଛି ରୋଗରୁ ମୁକ୍ତି ଦେବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ସେହି ମଧ୍ୟରୁ ଲବିଙ୍ଗ ଚା ଅନ୍ୟତମ ।

ଥଣ୍ଡାକାଶ: ଥଣ୍ଡାକାଶରୁ ମୁକ୍ତି ପାଇଁ ଲବଙ୍ଗ ଚା’ ଅତ୍ୟନ୍ତ ଉପକରୀ । ଲବଙ୍ଗ ଗରମ ହୋଇ ଥିବାରୁ ଦିନକୁ ୨ରୁ ୩ ଥର ସେବନ କରିବା ଦ୍ବାରା ଥଣ୍ଡାକାଶ ଦୂର ହୋଇଥାଏ ।

ଜ୍ବର: ଯଦି ଆପଣଙ୍କୁ ଜ୍ବର ହୋଇଛି ତେବେ ଲବଙ୍ଗ ଚା’ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଶରୀର ପୀଡାରୁ ମୁକ୍ତି ପାଇଁ: ଶରୀର ବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଲବଙ୍ଗ ଚା’ ନିଶ୍ଚୟ ପିଅନ୍ତୁ । ଏତତ୍ ବ୍ୟତୀତ ଯନ୍ତ୍ରଣା ଅନୁଭବ କରୁଥିବା ସ୍ଥାନରେ ଲବଙ୍ଗ ଚା’ର ସେକ ମଧ୍ୟ ନେଇ ପାରିବେ ।

ପାଚନ ତନ୍ତ୍ରକୁ ସୁସ୍ଥ ରଖେ: ପେଟରେ ଏସିଡିଟି ଏବଂ ହଜମ ପ୍ରକ୍ରିୟା ସଠିକ୍ ନଥିଲେ ଲବଙ୍ଗ ଚା’ ପିଇବା ଫଳପ୍ରଦ ଅଟେ । ଏହା ଦ୍ବାରା ହଜମ ପ୍ରକ୍ରିୟା ସଠିକ୍ ହୋଇଥାଏ ।

ଦାନ୍ତ ବିନ୍ଧା: ଦାନ୍ତ ବିନ୍ଧା ହେଲେ ଲବଙ୍ଗ ତେଲ ପ୍ରୟୋଗ କରାଯାଏ । ସେହିପରି ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ ଲବଙ୍ଗ ଚା’ । ଏହା ଛଡା କଫ ଏବଂ ଗଳା ସଫା ପାଇଁ ଲବଙ୍ଗ ଚା’ ଲଭାଦାୟକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More