Only for Entertainment

ଜାଣନ୍ତୁ ସ୍ୱପ୍ନରେ କାନ୍ଦିବା ଭଲ କି ଖରାପ ।

youtube
0 70

ବାସ୍ତବ ଜୀବନରେ କେହି କାନ୍ଦି ପକାଇଲେ ତାହା ଅସହ୍ୟ ଯନ୍ତ୍ରଣାର ଲକ୍ଷଣ ବୋଲି ବିଚାର କରାଯାଏ। ଯଦି ଜଣେ ସ୍ୱପ୍ନରେ କାନ୍ଦେ ତାହା ଆନନ୍ଦ ପ୍ରଦାୟକ ବୋଲି କୁହାଯାଏ। ସ୍ୱପ୍ନ ପୁସ୍ତକ ସବୁରେ ଉଲ୍ଲେଖ ରହିଛି ଯେ ସ୍ୱପ୍ନରେ କାନ୍ଦିଲେ ବାସ୍ତବ ଜୀବନରେ ଆନନ୍ଦ ମିଳିଥାଏ। ଅର୍ଥାତ୍‌ ସ୍ୱପ୍ନରେ କୌଣସି ପ୍ରତିକୁଳାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଲେ ବାସ୍ତବ ଜୀବନରେ ତାହା ସୁଖପ୍ରଦ ହୋଇଥାଏ।

କିନ୍ତୁ ଯଦି ସ୍ୱପ୍ନରେ ଅନ୍ୟ କେହି ଜଣେ କାନ୍ଦିବା ଦେଖନ୍ତି, ତା’ହେଲେ ଜାଣନ୍ତୁ ଦୁଃଖ ଯାତନା ମାଡ଼ି ଆସୁଛି। ଏ ଭଳି ସ୍ୱପ୍ନ ଦେଖି ଉଠିବା ପରେ ଯଦି ଜଣେ ଛାନିଆ ହୋଇ ଯାଉଥାଆନ୍ତି, ଜାଣନ୍ତୁ ମାମଲା ବଡ଼ ସାଙ୍ଘାତିକ।

ଯଦି ଦେଖି ଥିବା ସ୍ୱପ୍ନ ଯୋଗୁଁ ଯଦି ସାରା ଦିନ ବ୍ୟାକୁଳ ଲାଗେ ଏହା ନିଜ ସମ୍ପର୍କୀୟଙ୍କ ପାଇଁ ଦୁଃସମୟ ଆଣୁଛି ବୋଲି ଜାଣି ନିଅନ୍ତୁ। ଯଦି ବିଛଣାରେ ବସି କାନ୍ଦିବା ଦୃଶ୍ୟ ଦେଖିଲେ ବାସ୍ତବ ଜୀବନରେ ମହା ଝାମେଲାର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ଜାଣନ୍ତୁ।

ବାରମ୍ବାର ଗୋଟିଏ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ କୌଣସି ବିଶ୍ୱସ୍ତ ବ୍ୟକ୍ତି ତାଙ୍କ ଦୁଃସମୟରେ ଆସି ସହାୟତା କରିବେ। ଯଦି ଜଣେ ଅନ୍ୟ ଜଣଙ୍କ ସହ ମିଶି କାନ୍ଦିବାର ସ୍ୱପ୍ନ ଦେଖନ୍ତି ଏହା ଶୁଭଲକ୍ଷଣ। ଆଶା କରିଥିବା ଫଳ ଖୁବ୍‌ ଶୀଘ୍ର ମିଳିବ ବୋଲି ଏଥିରୁ ଜାଣନ୍ତୁ।

ଯଦି ହାତ କିମ୍ବା କପଡ଼ାରେ ଲୁହ ପୋଛୁଥିବାର ସ୍ୱପ୍ନ ଦେଖନ୍ତି, ଜାଣନ୍ତୁ ଜୀବନରେ ଶାନ୍ତିପୂର୍ଣ୍ଣ ସମୟ ଆସୁଛି।

ସ୍ୱପ୍ନରେ ଜଣେ ମହିଳା, ସେ ବୟସ୍କା ହୁଅନ୍ତୁ କି, ଯୁବା ଯଦି ଲୁହ ପୋଛୁଥାଆନ୍ତି ତେବେ ଲାଞ୍ଛନା କିଂବା ବିଚ୍ଛେଦ ଘନେଇ ଆସୁଛି ବୋଲି ଜାଣନ୍ତୁ।

ସ୍ୱପ୍ନରେ ଜଣେ ନାରୀ କାନ୍ଦୁ ଥିବାର ଦେଖି ନିଜେ ହସିଲେ ତାହା ଶୁଭ ଲକ୍ଷଣ ବୋଲି ବିଚାର କରାଯାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More