Only for Entertainment

ରୋଗ ଅନୁସାରେ କରନ୍ତୁ ତେଲ ମାଲିସ, ମିଳିବ ଅନେକ ଫାଇଦା ।

47

ଥଣ୍ଡା ଦିନେ ଶରୀରରେ ତେଲ ମାଲିସ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଆୟୁର୍ବେଦ ଅନୁସାରେ ତେଲ ମାଲିସ କଲେ ବାତ,ପିତ ଏବଂ କଫ ଦୋଷ ଦୂର କରି ଶରୀରକୁ ନିରୋଗ ରଖିଥାଏ । ପୂରୁଣା ସମୟରୁ ହିଁ ଅନେକ ପ୍ରକାର ତେଲ ବ୍ୟବହାର କରାଯାଇଥାଏ , ଆସନ୍ତୁ ଜାଣିବା ଏହାର ଫାଇଦା-

ମୁଣ୍ଡ ବ୍ୟଥା: ଆମ୍ବଲାକୁ ତେଲରେ ଫୁଟାଇ ଲଗାଇବା ଦ୍ୱାରା ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ ।

ଥକାପଣ: ରସୁଣକୁ ସୋରିଷ ତେଲରେ ଗରମ କରି ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଥକାପଣ ଦୂରେଇବାକୁ ହେଲେ ପାଦରେ ସୋରିଷ ତେଲ ମାଲିସ କରନ୍ତୁ ।

ଏଲର୍ଜି: ତ୍ୱଚା ଜନିତ ସମସ୍ୟା ଥିଲେ ସୋରିଷ ତେଲ ଲଗାଇବା ଉଚିତ । ଏହା ଏଲର୍ଜିରେ ଲାଭଦାୟକ ହୋଇଥାଏ । ତ୍ୱଚା ଜନିତ ଅସୁବିଧା ହେଲେ ନଡିଆ ତେଲରେ କପୂର ମିଶାଇ ଲଗାନ୍ତୁ ।

ଆଜ୍ମା: ଥଣ୍ଡା ଦିନେ ଆଜ୍ମା ରୋଗୀଙ୍କ ସମସ୍ୟା ବଢି ଯାଇଥାଏ । ଏଭଳି ଲୋକଙ୍କୁ ରାଶି ତେଲରେ ଶରୀରକୁ ମାଲିସ କରିବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More