Only for Entertainment

ସଂକ୍ରାମକ ଜ୍ୱରରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ।

absolutesolution
0 77

ଋତୁ ଅନୁସାରେ ତାପମାତ୍ରା କମିବା-ବଢ଼ିବା କାରଣରୁ ଇମ୍ୟୁନିଟି ସିଷ୍ଟମ୍ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ଯାହାଦ୍ୱାରା ଶରୀରରେ ଜୀବାଣୁ ଅତିଶୀଘ୍ର ସଂକ୍ରମିତ ହୋଇଯାଇଥାଏ। ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଆମେ ଭାଇରାଲ ଫିଭର୍ ବା (ସଂକ୍ରାମକ ଜ୍ୱର)ରେ ଶିକାର ହୋଇଥାଉ। ଏହି ଜ୍ୱର ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏମିତିକି ଏହି ଜ୍ୱର ହେଲେ ଶୀଘ୍ର ଛାଡ଼ି ନ ଥାଏ। ଏହି ସମୟରେ ଶରୀର ତାପମାତ୍ରା ଅଧିକ ରହିଥାଏ। ତେଣୁ ଥଣ୍ଡା ଅନୁଭବ ହୋଇଥାଏ।ଯଦି ଆପଣ ବି ଭାଇରାଲ ଜ୍ୱରରେ ଶିକାର ହେଉଛନ୍ତି ଏହି ସବୁ ଉପାୟ ଅବଲମ୍ୱନ କରନ୍ତୁ।

ରସୁଣ
ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଭାଇରାଲ ଜ୍ୱରରୁ ଆମକୁ ରକ୍ଷା କରିଥାଏ। ଯଦି କଞ୍ଚା ରସୁଣ ଖାଇପାରୁ ନାହାଁନ୍ତି ସୁପ୍ ସହିତ ମିଶାଇ ଖାଇପାରିବେ।

ନଡ଼ିଆ ପାଣି
ନଡ଼ିଆ ପାଣିରେ ଇଲେକ୍ଟ୍ରଲାଇଟ୍ ରହିଛି। ଯାହା ଶରୀରକୁ ହାଇଡ୍ରେଡ୍ ରଖିବାକୁ ସାହାଯ୍ୟ କରିଥାଏ। ଏଥିରେ ପ୍ରାକୃତିକ ଆଣ୍ଟି ଅକ୍ସଟେଣ୍ଟ୍ ରହିଥାଏ। ଏହି କାରଣରୁ ଭାଇରାଲ ଜ୍ୱରରୁ ଆମକୁ ରକ୍ଷା କରିଥାଏ।

ଅଦା ଚା
ଭାଇରାଲ ଜ୍ୱରରୁ ଉପଶମ ଚାହୁଁଥିଲେ ଅଦା ତିଆରି ଚା ପିଅନ୍ତୁ ଆରାମ ମିଳିଥାଏ। ଅଦା ଚାରେ ଆଣ୍ଟି ଇନ୍ଫ୍ଲାମେଟାରୀ ଗୁଣ ରହିଛି। ଯାହା ଶରୀରକୁ ଶୀଘ୍ର ଆରାମ ଦେଇଥାଏ।

ଦହି ଭାତ
ଦହି ଭାତ ଖାଇବା ଦ୍ୱାରା ଭାଇରାଲ ଜ୍ୱରରୁ ଉପଶମ ମିଳିଥାଏ। ଦହି ପାଚନ କ୍ରିୟାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More