Only for Entertainment

ଦୃଷ୍ଟି ଶକ୍ତି ବଢାଇବା ପାଇଁ ନିୟମିତ ଖାଆନ୍ତୁ ଏହି ଫଳ

81

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟିଶକ୍ତି ଭଲ ରହୁ,ତେବେ ନିୟମିତ ଭାବେ କମଳା ଖାଆନ୍ତୁ। କୁହାଯାଏ ଯେ, ପ୍ରତିଦିନ ନ ହେଲେ ବି ଯଦି ସପ୍ତାହରେ ଅତି କମ୍‌ରେ ଗୋଟିଏ କମଳା ଖାଇବେ,ତେବେ ଆପଣଙ୍କ ଆଖି ସୁସ୍ଥ ରହିବ ଓ କୌଣସି ପ୍ରକାରର ସଂକ୍ରମଣର ଆଶଙ୍କା ରହିବ ନାହିଁ।

 

ଏକ ଗବେଷଣାରୁ ଜଣାଯାଇଛି ଯେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଖିରେ ଥିବା ମ୍ୟାକୁଲରର କ୍ଷୟ ମଧ୍ୟ ଆରମ୍ଭ ହୋଇଥାଏ। ଏହା ଫଳରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇଥାଏ।

 

ଏହି ଗବେଷଣାରେ କୁହାଯାଇଛି ଯେ, ଯେଉଁ ଲୋକ ପ୍ରତିଦିନ ଗୋଟିଏ କମଳା ଖାଆନ୍ତି,ସେମାନଙ୍କର ୧୫ ବର୍ଷ ପରେ ମ୍ୟାକୁଲର କ୍ଷୟର ଆଶଙ୍କା ୬୦ ପ୍ରତିଶତ ହ୍ରାସ ପାଇଥାଏ। ଏହା କମଳାରେ ଥିବା ଫ୍ଲୋବନା ଏଡ୍‌ସ ଯୋଗୁ ହ୍ରାସ ପାଇଥାଏ। ଏହା ଦୃଷ୍ଟିଶକ୍ତି ହାନିକୁ ରୋକିଥାଏ। ଫ୍ଲୋବନଏଡ୍‌ସ ହେଉଛି ପ୍ରଭାବଶାଳୀ ଆଣ୍ଟି ଅକ୍ସିଡେଣ୍ଟ,ଯାହା ଅଧିକାଂଶ ଫଳ ଓ ପରିବାରେ ମିଳିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ।

 

ସିଡ଼ନି ବିଶ୍ୱବିଦ୍ୟାଳୟର ବିମିନି ଗୋପୀନାଥ କହିଛନ୍ତି ଯେ,ସେମାନେ ୫୦ ବର୍ଷରୁ ଅଧିକ ବୟସ୍କ ଦୁଇ ହଜାର ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ କରିଥିଲେ। ଏହି ଗବେଷଣାର ସନ୍ଦର୍ଭ ଆମେରିକାର କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More