Only for Entertainment

ପ୍ରସିଦ୍ଧ ଭଜନ ଗାୟକ ବିନୋଦ ଅଗ୍ରୱାଲଙ୍କ ଦେହାନ୍ତ, କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି ତାଙ୍କର ଚାହିଦା !

livehindustan
21

ପ୍ରସିଦ୍ଧ ଭଜନ ଗାୟକ ବିନୋଦ ଅଗ୍ରୱାଲ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ବିନୋଦ ଅଗ୍ରୱାଲଙ୍କର ଲିଭରରେ ଇନଫେକ୍ସନ ହୋଇଥିବା ହେତୁ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ସେ ଅକ୍ଟୋବର ୬ରେ ସକାଳ ୪ଟାରେ ନିଜର ଅନ୍ତିମ ବିଦାୟ ଦେଇଛନ୍ତି । ତାଙ୍କର ପରିବାର ମୁମ୍ବାଇରୁ ମଥୁରାରେ ପହଂଚି ସାରିଲେଣି । ହସ୍ପିଟାଲର ଡିରେକ୍ଟର କହିଛନ୍ତି ଯେ ସେ ଦୁଇ ଦିନ ହେବ ଭେଂଟିଲେଟରରେ ଥିଲେ ଏବଂ ତାଙ୍କ ଅଙ୍ଗ ଭଲ ଭାବେ କାମ କରୁନଥିଲା । ଭଜନ ଗାୟକ ବିନୋଦ ଅଗ୍ରୱାଲ ବୃନ୍ଦାବନର ପୁଷ୍ପାଂଜଳୀ ବୈକୁଂଠ ଆପାର୍ଟମେଂଟରେ ନିଜ ଘର ବନାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ବିନୋଦ ଅଗ୍ରୱାଲ ୬ଜୁନ ୧୯୫୫ରେ ଜନ୍ମ ହୋଇଥିଲେ । ତାଙ୍କ ବାପା ମା କୃଷ୍ଣ ଭଗବାନଙ୍କର ଭକ୍ତ ଥିଲେ । ୧୯୬୨ରେ ବିନୋଦ ମା-ବାପାଙ୍କ ସହ ଦିଲ୍ଲୀରୁ ମୁମ୍ବାଇ ପଳାଇଥିଲେ । ୨୦ବର୍ଷ ବୟସରେ ସେ କୁସୁମଲତା ଅଗ୍ରୱାଲଙ୍କୁ ବିବାହ କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ୧୨ବର୍ଷରେ ବିନୋଦ ଗୀତ ଗାଇବା ଏବଂ ହାର୍ମୋନୀୟମ ବଜାଇବା ଶିଖିଥିଲେ । ତାଙ୍କ ଭଜନ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଶୁଣା ଯାଏ । ଦେଶ-ବିଦେଶରେ ୧୫୦୦ରୁ ଅଧିକ କାର୍ଯ୍ୟକ୍ରମ କରିଛନ୍ତି ବିନୋଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More