Only for Entertainment

ଫ୍ଲିପକାର୍ଟ ବିଗ ଶପିଂ ଡେ ସେଲ, ଏହି ସ୍ମାର୍ଟଫୋନ ଉପରେ ବମ୍ପର ରିହାତି !

The Financial Express
42

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ପୁଣିଥରେ ସେଲ ଆରମ୍ଭ ହେବାକୁ ଯାଉଛି । ବିଗ ସପିଂ ଡେ ସେଲ ୬ରୁ ୮ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ତିନି ଦିନର ଏହି ସେଲରେ ଅନେକ ପ୍ରକାର ସେଲ ଦେଖିବାକୁ ମିଳିବ । ଏଥିରେ ସ୍ମାର୍ଟଫୋନ ମଧ୍ୟ ସାମିଲ ଅଛି ।

ପ୍ରଡକ୍ଟରେ ଅଫର ତ ମିିଳିବ ହିଁ ମାତ୍ର ଏଚଡିଏଫସି ବ୍ୟାଙ୍କ କାର୍ଡରୁ କିଣିଲେ ୧୦ପ୍ରତିଶତ ଡସକାଉଂଟ ମଧ୍ୟ ମିିଳିବ । ଏହାବ୍ୟତୀତ ଇଏମଆଇ ଅପ୍ସନ ମଧ୍ୟ ଉପଲବ୍ଧ ରହିଛି । ଫ୍ଲିପକାର୍ଟ ବାଏବ୍ୟାକ ଗ୍ୟାରେଂଟି ମଧ୍ୟ ମିଳୁଛି , ଯେଉଁଥିରେ ମାତ୍ର ୯୯ଟଙ୍କା ଅଧିକ ଦେଇ ସ୍ମାର୍ଟଫୋନ ଡ୍ୟାମେଜ ପ୍ରୋଟେକ୍ସନ ପ୍ଲାନ ମଧ୍ୟ ନେଇପାରିବେ । ପ୍ରତିଥର ଭଳି ଏକ୍ସଚେଂଜ ଅଫର ମଧ୍ୟ ଆପଣଙ୍କୁ ମିଳିବ ।

ଏହି ସମସ୍ତ ସ୍ମାର୍ଟଫୋନରେ ମିଳିବ ରିହାତି-

POCO F1 – ଏହି ସ୍ମାର୍ଟଫୋନରେ ୫୦୦୦ଟଙ୍କାର ରିହାତ ମିଳିବ । ଏହି ସ୍ମାର୍ଟଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୮୪୫ପ୍ରୋସେସର ଦିଆଯାଇଛି ଏବଂ ଡିସକାଉଂଟ ପରେ ଏହା ପ୍ରୋସେସର ବାଲା ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ।

Redmi Note 6 Pro – ନିକଟରେ ଲଂଚ ହୋଇଥିବା ଏହି ସ୍ମାର୍ଟଫୋନରେ ମଧ୍ୟ ରିହାତି ମିଳିବ । ଏହା ୧୩,୯୯୯ଟଙ୍କାରୁ ଆରମ୍ଭ ହେବ । ଏହି ସ୍ମାଟଫୋନରେ ଡୁଆଲ କ୍ୟାମେରା ରହିଛି ।

Nokia 5.1 Plus – ଏହି ସ୍ମାର୍ଟଫୋନରେ ୧୦୦୦ଟଙ୍କା ରିହାତି ଏବଂ ୯,୯୯୯ଟଙ୍କା ଉପଲବ୍ଧ ହେବ ।

Motorola One Power –  ଏହି ସ୍ମାର୍ଟଫୋନରେ ମଧ୍ୟ ୧୦୦୦ଟଙ୍କା ରିହାତି ହୋଇ ଏହା ଫ୍ଲିପକାର୍ଟରେ ୧୪,୯୯୯ଟଙ୍କାରେ ଉପଲବ୍ଧ ହେବ । ଏହାର ବ୍ୟାଟେରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ଏବଂ ଆପଣଙ୍କୁ ଅଧିକ ବ୍ୟାକଅପ ଦରକାର ହେଲେ ଏହି ଫୋନ ଆପଣଙ୍କ ପାଇଁ ବେଷ୍ଟ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More