Only for Entertainment

ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ ।

YouTube
36

ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଆଖିର ମେକଅପ୍‍ ବଡ଼ ଭୂମିକା ନେଇଥାଏ । ହେଲେ ଏହା ମଧ୍ୟ ସହଜ କାମ ନୁହେଁ । କାରଣ ପ୍ରତିଟି ମଣିଷର ଆଖିର ଆକାର ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଆଖିର ଆକାର ଅନୁସାରେ ମେକଅପ୍‍ ନେବା ଦରକାର ।

ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଆଖିର ଉପର ପତା ଏବଂ ଆଇବ୍ରୋ ମଧ୍ୟରେ ଅନେକଙ୍କ ଚମଡ଼ାରେ କୁଞ୍ଚନ ରହିଥାଏ ଯାହା ଆଖିର ମେକଅପକୁ ବିଗାଡ଼ି ଥାଏ । ତେଣୁ ଏଭଳି ଆଖିଥିବା ମହିଳାମାନେ ମେକଅପ୍‍ ପୂର୍ବରୁ ପ୍ରାଇମର ଲଗାଇବା ନିହାତି ଆବଶ୍ୟକ ।

ସେହିପରି ଡାର୍କ ଲାଇନର ପେନସିଲ୍‍ର ଉପଯୋଗ ଦରକାର । ଆଖି ପତାରେ ସୃଷ୍ଟି ହୋଇଥିବା କୁଞ୍ଚନକୁ ଦୂର କରିବା ଉପରେ ଦୃଷ୍ଟିର ମଧ୍ୟ ଆବଶ୍ୟକତା ରହିଛି । ସେହିପରି ଯେଉଁମାନଙ୍କର ଛୋଟ ଆଖି ସେମାନେ ଧଳା ଆଇଲାଇନର ବ୍ୟବହାର କରିବା ଆବଶ୍ୟକ । ରଙ୍ଗିନ ଆଇସେଡ୍‍ର ବ୍ୟବହାର ମଧ୍ୟ ଆଖିକୁ ଆହୁରି ଆକର୍ଷଣୀୟ ବନାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More