Only for Entertainment

ମହିଳାଙ୍କ ଓଜନ ହ୍ରାସ କରିବା ପଡିଲା ମହଙ୍ଗା, ଭୋଗିଲେ ଏଭଳି ପରିଣାମ ।

0 39

ଓଜନ କମ୍‌ କରିବା କରିବା ତନୁପାତଳି ଦିଶିବା ପାଇଁ ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ ଦେଖିବା ପାଇଁ ମିଳିଛି। ତେବେ ଓଜନ ହ୍ରାସ ହେଉ ଅବା ବୃଦ୍ଧି ଏଥିପାଇଁ ଯେକୌଣସି ଉପାୟ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ହୋଇଥାଏ। ନିକଟରେ ଜଣେ ମହିଳା ନିଜକୁ ପତଳା କରିବା ଆଶାରେ ଏଭଳି ସହଜ ଉପାୟଟି ବାଛି ନେଇଥିଲେ ଯାହାର ପରିମାଣ ତାଙ୍କୁ ମହଙ୍ଗା ପଡ଼ିଲା।

ଚୀନରେ ବସବାସ କରୁଥିବା ଜଣେ ୨୫ବର୍ଷର ମହିଳା ଯାହାଙ୍କ ନାମ ଜିଆୟୋଲି ବୋଲି ଜଣାପଡ଼ିଛି। ସେ ଅନେକ ଦିନ ହେବ ନିଜ ପେଟର ଚର୍ବିକୁ ନେଇ ଚିନ୍ତାରେ ରହୁଥିଲେ। ଜିଆୟୋଲି ବିଜ୍ଞାପନ ଜରିଆରେ ଦେଖିଥିଲେ କି ଏକ ଔଷଧ ଖାଇବା ଦ୍ୱାରା ଖୁବ୍‌ କମ୍‌ ସମୟ ମଧ୍ୟରେ ଶରୀରରୁ ଚର୍ବି କମ୍‌ ହୋଇଯାଉଛି। ଏହାପରେ ସେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ କରିବା ଆରମ୍ଭ କରି ଦେଇଥିଲେ

ଆଜିକୁ ସାତବର୍ଷ ପୂର୍ବେ ଜିଆୟୋଲି ପେଟ ଚର୍ବିକୁ ହ୍ରାସ କରିବା ଔଷଧ ଖାଇବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଏହାର ଓଲଟା ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ଜିଆୟୋଲିଙ୍କ ଓଜନ ହ୍ରାସ ହେବା ବଦଳରେ ବଢ଼ିବାକୁ ଲାଗିଲା ଓ ଧୀରେ ଧୀରେ ସେ ଅସୁସ୍ଥ ହୋଇପଡ଼ିଥିଲେ।  ଶେଷରେ ଡାକ୍ତରଙ୍କୁ ଓଜନ ହ୍ରାସ ପାଇଁ ଖାଇଥିବା ଔଷଧ ବିଷୟରେ କହିଥିଲେ। ଡାକ୍ତର ଜିଆୟୋଲିଙ୍କ ଚିକିତ୍ସା କରିବା ପରେ ପେଟର ଅସ୍ତ୍ରୋପଚାର କରଥିଲେ ଏବେ ସେ ସୁସ୍ଥ ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More