Only for Entertainment

ଭାରତର ଏହି କଲେଜରେ ଛାତ୍ରମାନଙ୍କ ଠାରୁ ଅଧିକ ଛାତ୍ରୀ ମାନେ ପିଅନ୍ତି ମଦ, ୱାଇନ ପ୍ରଥମ ପସନ୍ଦ !

opinion
0 61

ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଛାତ୍ର ମାନଙ୍କ ଠାରୁ ମଦ୍ୟପାନ ଚାଲାଣ ଚିନ୍ତାର ବିଷୟ ପାଲଟିଗଲାଣି । ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏଠାରେ ଛାତ୍ରମାନଙ୍କ ଠାରୁ ଅଧିକ ଛାତ୍ରୀମାନେ ମଦ ପିଉଛନ୍ତି । ଏହି ତଥ୍ୟ ନିକଟରେ ହୋଇଥିବା ଏଖ ଅଧ୍ୟୟନରୁ ମିଳିଛି । ୟଶ ବେରନେକର ଏବଂ ଫେଡରିକ ସୈଟରିୟୋ ବ୍ୟାଜ ଦ୍ୱାରା ଲେଖାଯାଇଥିବା ଏହି ଅଧ୍ୟୟନରେ ଜାଣିବାକୁ ମିଳିଛି । ଏହି ଅଧ୍ୟୟନରେ ଜାଣିବାକୁ ମିଳିଛି ଯେ ଏସିଆରେ ୩ୟ ସବୁଠାରୁ ପୁରୁଣା ଏବଂ ଗୋଆର ଏକ ମାତ୍ର ମେଡିକାଲ କଲେଜରେ ଛାତ୍ର ବିୟର ଏବଂ ହ୍ୱିସ୍କି ଅଧିକ ପିଇବା ପସନ୍ଦ କରନ୍ତି ଏବଂ ଛାତ୍ରୀ ମାନେ କମ ଆଲକୋହଲ ଥିବା ମଦ ଏବଂ ୱାଇନ ପିଇବାକୁ ପସନ୍ଦ କରନ୍ତି ।

ଏକ ରିପୋର୍ଟ ମୁତାବକ ମଦ ପ୍ରଚଳନ ୩୯.୪ପ୍ରତିଶତ ରହିଛି । କଲେଜର ୪୦.୬ପ୍ରତିଶତ ଛାତ୍ରୀ ମଦ ପିଉଥିବା ବେଳେ ୩୮ପ୍ରତିଶତ ଛାତ୍ର ମଦ ପିଉଛନ୍ତି । ମଦ ପିଉଥିବା ୮୨.୩ପ୍ରତିଶତ ହାଲକା ଆଲକୋହଲ ମଦ ପିଅନ୍ତି , ମାତ୍ର ୧୭.୭ପ୍ରତିଶତ ଅଧିକ ଆଲକୋହଲ ଥିବା ମଦ ପିଇବାକୁ ପସନ୍ଦ କରନ୍ତି ।

ମଦ ପିଉଥିବା ଅଧିକ ଛାତ୍ରଛାତ୍ରୀ ପାୟତଃ ପଣଜୀରେ ବାସ କରନ୍ତି । ଅଧ୍ୟୟନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିକସିତ ଉପକରଣ ଆଲକୋହଲରେ ପ୍ରୟୋଗ ବିକାଶ ଚିହ୍ନିବା ପ୍ରଶିକ୍ଷଣର ବ୍ୟବହାର କରାଯାଇଛି । ଏହି ଉପକରଣ ବ୍ୟବହାର ଫଳରେ ଆଲକୋହଲର ଉପଭୋଗ, ପିଇବାର ବ୍ୟବହାର ଏବଂ ଆଲକୋହଲରୁ ହେଉଥିବା ସମସ୍ୟାର ଆକଳନ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More