Only for Entertainment

ପିଲାଙ୍କ ପାଇଁ କିଡଲ ଆଣିଲା ଗୁଗଲ ।

www.kiddle.co
0 40

ଆଜିର ସମୟରେ ସୋସିଆଲ ମିଡିଆ ସମାଜର ଏକ ଗରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ଅଙ୍ଗ କହିଲେ ଭୁଲ ହେବ ନାହିଁ । ସୋସିଆଲ ମିଡିଆ ବିନା କୌଣସି କାମ କରିବା କଥା ମଧ୍ୟ ଭାବି ହେଉନାହିଁ । ତେବେ କେବଳ ବୟସ୍କ ମାନେ ନୁହଁନ୍ତି ବରଂ ଛୋଟ ପିଲାମାନେ ମଧ୍ୟ ଏହା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହେବାରେ ଲାଗିଛନ୍ତି । କାରଣ ବିଶ୍ୱରେ ଯେଉଁ ବିଷୟରେ ଆପଣ ଜାଣିବାକୁ ଚାହାଁନ୍ତି ତାହାର ସମସ୍ତ ତଥ୍ୟ ମିଳିଯାଏ ଗୁଗଲ ମଧ୍ୟରୁ । ତେବେ ଏହାଯେ କେବଳ ପଜିଟିଭ କାମ ପାଇଁ ନୁହେଁ ବରଂ ନେଗେଟିଭ କାମ ପାଇଁ ମଧ୍ୟ ଲୋକମାନେ ବ୍ୟବହାର କରୁଛନ୍ତି । ବହୁ ସମୟରେ ଏହାର ଶୀକାର ହେଉଛନ୍ତି ଛୋଟ ପିଲା । ଯାହା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ତେଣୁ ସେଥିପାଇଁ ଗୁଗଲ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି କିଡଲ ।

କିଡଲ ଦ୍ୱାରା ପିଲାମାନେ ଇଂଟରନେଟରେ ପ୍ରୋଜେକ୍ଟ ପାଇଁ ଫଟୋ ଏବଂ ବିଦ୍ୟାଳୟ ସମ୍ବଦ୍ଧୀୟ ଅନ୍ୟାନ୍ୟ ତଥ୍ୟ ପାଇପାରିବେ । ଏହା ଏଭଳି ଦୃଷ୍ଟି କୋଣରୁ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଛୋଟ ପିଲାଙ୍କ ପଢା ସମ୍ବଦ୍ଧୀୟ ବ୍ୟତୀତ ଅନ୍ୟ କୌଣସି ପ୍ରକାରର ନେଗେଟିଭ ଶବ୍ଦ ବା ଫଟୋ ଆଦି ଆସିବ ନାହିଁ । ଅର୍ଥାତ ସେମାନଙ୍କ ସହିତ ଯାହା ସଂପର୍କୀତ ନୁହେଁ ତାହା ସେଥିରେ ଦେଖାଇବ ନାହିଁ । କିଡଲରେ ୭ ଲକ୍ଷରୁ ଅଧିକ ଆର୍ଟିକିଲ ରହିଛି । ଏହା ଆପଣ ଇଂଟରନେଟରେ ସର୍ଚ କରି ଜାଣିପାରିବେ । ଏହାକୁ ମୁକ୍ତ ଭାବରେ ବ୍ୟବହାର କରିପାରିବେ । ତେବେ ଆପଣ ମଧ୍ୟ ଆପଣଙ୍କ ପିଲାଙ୍କୁ ଗୁଗଲ ପରିବର୍ତ୍ତେ କିଡଲ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତୁ । ଏହା ସେମାନଙ୍କ ସ୍ୱଚ୍ଛ ଭବିଷ୍ୟତ ପାଇଁ ଏକ ଜ୍ୱଳନ୍ତ ପ୍ରୟାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More