Only for Entertainment

ହାପି ଫାଦର୍ସ ଡେ ।

Free Press Journal
0 39

ଆମେ ପ୍ରତ୍ୟେକ ଉତ୍ସବ ଖୁବ ଧୁମଧାମରେ ପାଳନ କରିଥାଉ । ମଦର୍ସ ଡେ,ଭାଲେଂଟାଇନ ଡେ ପରି ଫାଦର୍ସ ଡେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଯାହାଙ୍କର କଠିନ ପରିଶ୍ରମରେ ପିଲାମାନେ ଦୁନିଆରେ ପ୍ରତିଷ୍ଠିତ ହୋଇଥାନ୍ତି ଏବଂ ଯିଏ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ନିଜକୁ ଜଳାଜଂଳି ଦେଇଥାନ୍ତି,ସେ ଆଉ କେହି ନୁହଁନ୍ତି,ସେ ହେଉଛନ୍ତିି ବାପା । ତେବେ ମା’ଙ୍କ ସାମ୍ନାରେ ବାପାଙ୍କ ଭଲପାଇବା କିଛି ମାତ୍ରାରେ ଫିକା ପଡ଼ି ଯାଇଥାଏ ବୋଲି ସମସ୍ତେ ଭାବିଥାନ୍ତି । କିନ୍ତୁ ତାହା ବାସ୍ତବ ନୁହେଁ ବରଂ ଭାବନା ମାତ୍ର । କାରଣ ମା’ଙ୍କ ଭଲପାଇବାର ପଣତରେ ବନ୍ଧା ହୋଇ ଆମେ ବାପାଙ୍କ ନିଷ୍ଠାପର କର୍ତ୍ତବ୍ୟକୁ ଉଲିଯାଉ । ତେବେ ପିତୃଦିବସ ଏଭଳି ଏକ ଦିନ ଯାହା ବାପାଙ୍କର ଅସ୍ଥିତ୍ୱକୁ ମନେ ପକାଇଦିଏ ।

ବାପା ହେଉଛନ୍ତି ସେହି ବ୍ୟକ୍ତି ଯିଏ କେବେ ମଧ୍ୟ ପିଲାଙ୍କ ପ୍ରତି ଥିବା ଦୁର୍ବଳତା ଏବଂ ଭଲପାଇବାକୁ ସମସ୍ତଙ୍କ ସାମ୍ନାକୁ ଆଣିପାରନ୍ତି ନାହିଁ କିନ୍ତୁ ନିରନ୍ତର ଭଲପାଇଥାନ୍ତି । ନିରନ୍ତର କର୍ତ୍ତବ୍ୟନିଷ୍ଠ ଭାବରେ ପ୍ରତ୍ୟେକ ମୁହୂର୍ତ୍ତକୁ ବଂଚିବାର ସାହସ ଦେଇଥାନ୍ତି । ପ୍ରତ୍ୟେକ କାମରେ ମା’ଙ୍କୁ ସାମ୍ନାରେ ରଖିଥାନ୍ତି ଏବଂ ସ୍ୱୟଂ ପଛରେ ଥାଇ ଉତ୍ସାହିତ କରିଥାନ୍ତି । ଆଜି ସେହି ବାପାଙ୍କ ପାଇଁ ଏକ ଖାସ ଦିନ । ଆଜି ପବିତ୍ର ପିତୃ ଦିବସ । ଆପଣ ମଧ୍ୟ ଆପଣଙ୍କ ବାପାଙ୍କ ଓଠରେ ହସ ଆଣିପାରିବେ,କିଛି ସାମାନ୍ୟ ଚେଷ୍ଟା ମାଧ୍ୟମରେ । କିଛି ସମୟ ପାଇଁ ଆପଣ ମଧ୍ୟ ତାଙ୍କ ଅସ୍ଥିତ୍ୱକୁ ପରିବେଷଣ କରିପାରିବେ ତାଙ୍କ ସାମ୍ନାରେ । ତେଣୁ ଏହା ହେବ ଆପଣଙ୍କ ପାଇଁ ଏକ ଭିନ୍ନ ପ୍ରୟାସ ।

ଆପଣଙ୍କ ବାପାଙ୍କୁ ବାହାରକୁ ନିଅନ୍ତୁ,ମିଠା ଖୁଆନ୍ତୁ ବା ତାଙ୍କ ମନ ପସନ୍ଦର ଖାଇବା ଦିଅନ୍ତୁ । ଦେଖିବେ ସେ ନିହାତି ଭାବରେ ଖୁସି ହୋଇଯିବେ । କାରଣ ସେ ବାପା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More