Only for Entertainment

ଆପଣ ଯଦି ମୁଣ୍ଡବିନ୍ଧାର ଶୀକାର,କରନ୍ତୁ ଏହି ଉପାୟ,ଚୁଟକୀରେ ଦୂର ହେବ ସମସ୍ୟା ।

alghad.com
0 60

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରୋଗ ବ୍ୟାଧି ଏକ ସାଧାରଣ କଥା । ଯାହାର ପ୍ରତ୍ୟେକଟି ପ୍ରତିକାର ବିଷୟରେ ଅବଗତ ହେବା ନିହାତି ଜରୁରୀ । କେବଳଯେ ଔଷଧ ଉପରେ ନିର୍ଭର କରି ରହିବା ତାହା ନୁହେଁ,ଘରେ ମଧ୍ୟ ତାହାର ଉପଚାର କରାଯାଇ ପାରିବ । ଯାହା ଅତି ସହଜରେ ରୋଗରୁ ମୁକ୍ତି ଦେବ । ସବୁଠାରୁ ମୁଖ୍ୟ କଥା ହେଉଛି ମୁଣ୍ଡ ବ୍ୟଥାର ଚିନ୍ତା । ଏହା ଏଭଳି ଏକ ସମସ୍ୟା ଯାହା ବ୍ୟସ୍ତ ବିବ୍ରତ କରିପକାଏ । ମୁଣ୍ଡ ବିନ୍ଧା ହେଲେ କୌଣସି କାମ କରିବାକୁ ଇଛା ହୁଏ ନାହିଁ ଏବଂ ବ୍ୟକ୍ତି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି । ତେଣୁ କେଉଁଭଳି ଭାବରେ ଅତି ସହଜରେ ଘରେ ବସି ତାହାର ଉପଚାର କରାଯାଇ ପାରିବ ଆସନ୍ତୁ ଆଲୋଚନା କରିବା ।

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ନୀଳଗିରି ତେଲ ମୁଣ୍ଡରେ ମାଲିସ କଲେ ବିନ୍ଧାରୁ ମିଳିଥାଏ ମୁକ୍ତି। ମାଲିସ୍‌ ସମୟରେ ଆଖି ବନ୍ଦ ରଖିଲେ ଆରାମ ମିଳିଥାଏ। ସେହିପରି ମୁଣ୍ଡବିନ୍ଧାରୁ ମୁକ୍ତି ଲାଗି ଅଦାରସ ମାଲିସ କଲେ ମିଳିଥାଏ ସୁଫଳ। ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟି ପାଣିରେ ଫୁଟାଇ ତାହାକୁ ମୁଣ୍ଡରେ ମଧ୍ୟ ମାଲିସ୍‌ କଲେ ସୁଫଳ ମିଳେ। ଅଦାରସ ଓ ଲେମ୍ବୁରସ ସମାନ ମାତ୍ରାରେ ନେଇ ଦିନରେ ଥରେ କି ଦୁଇଥର ସେବନ କଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ସେହିପରି ପୋଦିନା ରସକୁ ମୁଣ୍ଡରେ ମାଲିସ କରେ ଆରାମ ମିଳେ। ମାଇଗ୍ରେନ ସମସ୍ୟାରେ ଥିଲେ ଆଇସ୍‌ପ୍ୟାକକୁ ବେକ ପଛପଟେ ରଖିଲେ ସୁଫଳ ମିଳିଥାଏ। ଲବଙ୍ଗ ଗୁଣ୍ଡକୁ ଏକ କପଡ଼ାରେ ବାନ୍ଧି କିଛି ସମୟାନ୍ତରରେ ଏହାକୁ ଶୁଙ୍ଘିଲେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More