Only for Entertainment

ନିଜ ‘ଫିଟ୍‌ନେସ୍‌’ର ୫ଟି ରାଜ୍‌ ସଂପର୍କରେ ଖୁଲାସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.

youtube
0 28

୧୯୫୦, ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ହେଉଛି ୬୮ ତମ ଜନ୍ମ ଦିବସ। ୧୩୨ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ରହି ନିଜର କର୍ତ୍ତବ୍ୟ ସଂପାଦନ ଆଦୌ ଏକ ସହଜସାଧ୍ୟ ବ୍ୟାପାର ନୁହେଁ। ଏଥିପାଇଁ ଏହି ପଦରେ ରହି ନିଜ ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ହେଲେ ଜଣଙ୍କୁ ଉଭୟ ଶରୀରିକ ଓ ମାନସିକ ସ୍ତରରେ ସବୁବେଳେ ‘ଫିଟ୍‌’ ରହିବାର ଆବଶ୍ୟକତା ରହିଛି।

ଆଉ ଏଇ ସତ୍ୟକୁ ବେଶ୍‌ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ, ଜଣଙ୍କୁ ଉଭୟ ଶରୀରିକ ଓ ମାନସିକ ସ୍ତରରେ ସବୁବେଳେ ‘ଫିଟ୍‌’ ରହିବାକୁ ହେଲେ ନିଜର ଖାଦ୍ୟପେୟ ଓ ଜୀବନଶୈଳୀକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଏକଥା ମଧ୍ୟ ବେଶ୍‌ ଭଲଭାବେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଥିପାଇଁ ନିଜର ଖାଦ୍ୟପେୟ ଓ ଜୀବନଶୈଳୀ ସହିତ କୌଣସି ପ୍ରକାରର ବୁଝାମଣା ନକରି ଏହାକୁ ବେଶ୍‌ କଠୋରତାର ସହ ପାଳନ କରନ୍ତି ସେ।

ଦ୍ୱିତୀୟ କଥା ହେଲା ବ୍ୟାୟାମ। ମୁଁ ସୂର୍ଯ୍ୟଦୋୟ ପୂର୍ବରୁ ଶଯ୍ୟାତ୍ୟାଗ କରେ। ଆଉ ଦିନର ଆରମ୍ଭ ମୁଁ ଆସନ, ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟମରୁ ଆରମ୍ଭ କରିଥାଏ। ଏହା ମୋତେ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ। ତୃତୀୟରେ ହେଲା ଖାଦ୍ୟ, ମୁଁ ଜନ୍ମରୁ ଶାକାହାରୀ। ସକାଳେ ଅଳ୍ପ ଧୋକଲା ବା ସେହିପରି କିଛି, ମଧ୍ୟାହ୍ନରେ ଘିଅ ମିଶ୍ରିତ ଖେଚେଡ଼ି, ଦହି ଓ ରାତିରେ ରୁଟି ସହ ପରିବା ତରକାରୀ ଖାଇଥାଏ। ମସଲାଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରରେ ରଖିବା ସହ ସାରାଦିନ ମୁଁ ପ୍ରଚୁର ମାତ୍ରାରେ ଲେମ୍ବୁ ପାଣି ପିଇଥାଏ।

ଚତୁର୍ଥରେ ଶରୀରର କ୍ଲାନ୍ତି ଓ ମାନସିକ ଅବସାଦ ଦୂର ପାଇଁ ମୁଁ ନିୟମିତ ଧ୍ୟାନ କରିଥାଏ। ଆଉ ପଞ୍ଚମ ଏବଂ ଶେଷରେ ଚାଲିବା। ମୁଁ ପ୍ରତ୍ୟେକ ଦିନ ସକାଳୁ ଚାଲିଥାଏ। ପ୍ରତ୍ୟେକ ଦିନ ସକାଳ ମୁଁ ଖାଲି ପାଦରେ ମାଟି, ଘାସ, ପଥର ଉପରେ ଚାଲିବା ସହ ପାଣି ଭିତରେ ପାଦ ବୁଡ଼ାଇ ମଧ୍ୟ ଚାଲିଥାଏ। ଏହା ହିଁ ହେଉଛି ମୋ ଫିଟ୍‌ନେସ୍‌ର ରାଜ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିଜେ ଏକଥା ସ୍ୱୀକାର କରିଛନ୍ତି ମୋଦି। ଆପଣଙ୍କ ‘ଫିଟ୍‌ନେସ୍‌’ର ରାଜ୍‌ କ’ଣ ? ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମୋଦି ସର୍ବସାଧାରଣରେ ଖୁଲାସା କରଛନ୍ତି ନିଜ ଫିଟ୍‌ନେସ୍‌ର ରାଜ୍‌। କହଛନ୍ତି, ଯାହାଯେତେ କାମ ଥାଉ ନା କାହିଁକି ମୁଁ ପ୍ରତ୍ୟେକ ଦିନ ୫ରୁ ୬ ଘଣ୍ଟା ଶୋଇଥାଏ। କାରଣ, ସୁସ୍ଥ ରହିବାକୁ ହେଲେ ସୁନିଦ୍ରା ନିହାତି ଆବଶ୍ୟକ। ଆଉ ବିଛଣାକୁ ଯିବାର ମାତ୍ର ୩୦ ସେକେଣ୍ଡ ମଧ୍ୟରେ ମୁଁ ଶୋଇ ଯାଇଥାଏ। ଏହା ହେଲା ପ୍ରଥମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More