Only for Entertainment

ବିଜୁଳି ମାରୁଥିଲେ ସାବଧାନତା ।

youtube
0 35

ବର୍ଷାଦିନେ ବଜ୍ରପାତ ଯୋଗୁଁ ପ୍ରତିବର୍ଷ ଶହଶହ ଲୋକଙ୍କ ଜୀବନ ନେଉଛି ବିଜୁଳି । କାରଣ ବର୍ଷାଦିନେ ହିଁ ଅଧିକ ବଜ୍ରପାତ ହୋଇଥାଏ । ଯେଉଁମାନେ ବର୍ଷା ଦିନେ ଖୋଲା ପଡ଼ିଆରେ ଛିଡ଼ା ହୋଇଥାନ୍ତି, ଗଛ ତଳେ ଆଶ୍ରୟ ନେଇଥାନ୍ତି, ବିଦ୍ୟୁତ ଖମ୍ଭ କିମ୍ବା ମୋବାଇଲ ଟାୱାର ନିକଟରେ ଛିଡ଼ା ହୋଇଥାନ୍ତି ସେମାନଙ୍କ ପାଇଁ ବଜ୍ରପାତ ବିପଦ ଅଧିକ ରହିଥାଏ । ତେବେ କିଛି ସର୍ତକତା ଅବଲମ୍ବନ କରିବା ଦ୍ୱାରା ଖୋଲା ଆକାଶ ତଳେ ଥିଲେ ମଧ୍ୟ ଆପଣ ନିଜର ଜୀବନ ବଞ୍ଚାଇପାରିବେ।

ଏନଡିଆରଫ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ କିଛି ଉପାୟ କୁହାଯାଇଛି । ଯଦି ଖୋଲା ସ୍ଥାନରେ ଥିବା ବେଳେ ବିଜୁଳି ମାରୁଥାଏ ତେବେ ସଙ୍ଗେ ସଙ୍ଗେ ପାଖରେ ଥିବା ଛାତ ଘର ମଧ୍ୟକୁ ଯିବାକୁ ପ୍ରୟାସ କରନ୍ତୁ । ଏହାଦ୍ୱାରା ବଜ୍ରପାତରୁ ଆପଣ ନିଜକୁ ରକ୍ଷା କରି ପାରିବେ । ଯଦି ପାଖରେ କୌଣସି ଛାତ ଘର ନାହିଁ ତେବେ ପାଣି, ବିଜୁଳି ଖମ୍ବ, ଗଛ ଓ ମୋବାଇଲ ଟାୱାର ନିକଟରୁ ନିଜକୁ ଦୂରେଇ ରଖନ୍ତୁ । ଏହାବ୍ୟତୀତ ଦୁଇ ଗୋଡ଼କୁ ଯୋଡ଼ି ଭୂମି ଉପରେ ଆଣ୍ଠେଇ ବସି ଯାଆନ୍ତୁ।

ବିଜୁଳି ମାରୁଥିବା ସମୟରେ ଯଦି ଏକାଧିକ ଲୋକ ଥାଆନ୍ତି ତେବେ ପରସ୍ପରଠାରୁ ଦୂରେଇ ରହନ୍ତୁ, ଆଦୌ କାହାର ହାତ ଧରନ୍ତୁ ନାହିଁ। ଯଦି ପାଖରେ ଛତା ଥାଏ ତେବେ ଏହାକୁ ନିଜ ପାଖରୁ ହଟାଇ ଦିଅନ୍ତୁ । କାରଣ ଛତା ଉପରେ ଅଧିକାଂଶ ସମୟ ବଜ୍ରପାତ ହୋଇଥାଏ। ଝଡ ତୋଫାନ ସମୟରେ ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି ପଦାକୁ ବାହାରିବା ଅନୁଚିତ । ବିଶେଷ କରି ଆଜମା ଥିବା ଲୋକମାନେ ଘରୁ ନବାହାରି ଘରର କବାଟ ଝରକା ବନ୍ଦ କରି ଘର ଭିତରେ ରହିବା ଭଲ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More