Only for Entertainment

ସକାଳର ଏକ କପ କଫିର ମହତ୍ତ୍ୱ ବିଷୟରେ ଜାଣିଲେ ଆପଣ କେବେ ମଧ୍ୟ ପିଇବାକୁ ଭୁଲିବେ ନାହିଁ । ଲିଭର କ୍ୟାନସର ଠାରୁ ମଧ୍ୟ ଦୂରେଇ ରଖେ ।

indiatv
0 41

କଫି ଲମ୍ବା ସମୟ ଧରି ଏକ ପେୟ ଭାବରେ ବ୍ୟବହାର ହୋଇ ଆସୁଛି । ଯେତେବେଳେ କେତେକ ଲୋକଙ୍କ କହିବା ଅନୁସାରେ କଫି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ,କିନ୍ତୁ ରିପୋର୍ଟ ଅନୁସାରେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ଗବେଷଣା ଅନୁସାରେ କଫି ମଧୁମେହକୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ଲିଭର ସମ୍ବଦ୍ଧିତ ରୋଗକୁ କମ କରିବାରେ ମଧ୍ୟ ସହାୟକ ହୋଇଥାଏ । ପ୍ରତି ବର୍ଷ ୪୦୦ ବିଲିଅନରୁ ଅଧିକ କଫି ପିଆଯାଏ ଏବଂ ଏହା ସାରା ପୃଥିବୀରେ ଏକ ପ୍ରିୟ ପାନୀୟ ହୋଇପାରିଛି । ସ୍ଫୂର୍ତ୍ତିଦାୟକ ସୁଗନ୍ଧ ଏବଂ ସ୍ୱାଦ ବ୍ୟତୀତ କଫିରେ ବହୁତ କିଛି ଜିନିଷ ରହିଛି ।

coffee

କଫି ଟାଇପ ଟୁ ମଧୁମେହ ରୋଗୀଙ୍କୁ ରକ୍ଷା କରିଥାଏ । ଏହା ଦ୍ୱାରା ପ୍ରୋଟିନର ପ୍ଲାଜମା ବଢିଥାଏ ଏବଂ ଏହା ଜୈବିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।

କଫି ପାର୍କିନସନ ରୋଗକୁ ମଧ୍ୟ କମାଇଥାଏ । ଗବେଷଣାରେ କୁହାଯାଇଛି କଫି ଅଧିକ ମାତ୍ରାରେ ପିଇବା ଦ୍ୱାରା ପାର୍କିନସନ ବହୁ ମାତ୍ରାରେ କମିଯାଏ ।

କଫି ପିଇବା ଦ୍ୱାରା ୪୦ ପ୍ରତିଶତ ପର୍ଯ୍ୟନ୍ତ ଲିଭର କ୍ୟାନସର ଠାରୁ ଦୂରେଇ ରଖିଥାଏ । ଏହା ମଧ୍ୟ କୁହାଯାଇଛିଯେ ଦିନକୁ ୩ କପ କଫି ପିଇବା ଦ୍ୱାରା ୫୦ ପ୍ରତିଶତ ପର୍ଯ୍ୟନ୍ତ ଲିଭର କର୍କଟ ସମସ୍ୟା ଦୂର ହୋଇଥାଏ । ଲିଭର ସମ୍ବଦ୍ଧୀୟ ଅନ୍ୟ ରୋଗ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More