Only for Entertainment

ଜାଣନ୍ତୁ ଗର୍ଭବତୀ ମହିଳା କାହିଁକି ସପ୍ତାହକୁ ୩ ଥର ମାଛ ଖାଇବା ଉଚିତ ।

indiatv
0 26

ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ବିଭିନ୍ନ ଦିଗ ପ୍ରତି ନଜର ଦେବାକୁ ପଡ଼ିଥାଏ,ଏବଂ ଶରୀରର ଠିକ ଭାବରେ ଯତ୍ନ ନେବାକୁ ପଡ଼ିଥାଏ । ଏଭଳି କରିବା ଦ୍ୱାରା ମା ଓ ପିଲା ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥାଏ । ସେଥିପାଇଁ ଖାଦ୍ୟପେୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ । ଯାହା ଦ୍ୱାରା ଶିଶୁର ବିକାଶ ଠିକ ଭାବରେ ହୋଇଥାଏ ।

ଏକ ଗବେଷଣରୁ ଜଣାଗଲାଯେ ମହିଳା ଗର୍ଭବତୀ ଥିବା ସମୟରେ ପ୍ରଚୁର ମାଛ ଖାଇବା ଦ୍ୱାରା ଗର୍ଭରେ ବଢୁଥିବା ପିଲାର ଠିକ ଭାବରେ ବିକାଶ ହୋଇଥାଏ । ସପ୍ତାହରେ ବଡ଼ ମାଛ ୩ ଥର ଖାଇବା ଦ୍ୱାରା ଶିଶୁର ଆଖିର ଶକ୍ତି ବଢିଥାଏ ଏବଂ ବ୍ରେନ ମଧ୍ୟ ଫଙ୍କସନ କରିଥାଏ । ଏହା ମଧ୍ୟ ଜଣାଗଲାଯେ ଗର୍ଭାବସ୍ଥାର ଶେଷ ସମୟକୁ ଯେଉଁ ମହିଳା ଅଧିକ ମାଛ ଖାଆନ୍ତି ସେମାନଙ୍କ ପିଲା ମାଛ ଖାଉ ନଥିବା ମହିଳାଙ୍କ ପିଲା ମାନଙ୍କ ଅପେକ୍ଷା ଅଧିକ ଗୁଣମାନର ହୋଇଥାନ୍ତି । ତେଣୁ ଫିନଲ୍ୟାଣ୍ଡର ତୁର୍କୁ ୟୁନିଭର୍ସିଟିର ଲିଡ ଅଥର କିର୍ସି ଲେଂଟିନେନଙ୍କ କହିବା ଅନୁସାରେ ଶିଶୁର ବିକାଶ ପାଇଁ ଗର୍ଭବସ୍ଥାରେ ଅତ୍ୟଧିକ ମାଛ ଖାଇବା ଉଚିତ । ଅଥର ଏହା ମଧ୍ୟ କୁହନ୍ତି ଯଦିଓ ଏଥିରେ ଫ୍ୟାଟି ଏସିଡ ରହିଥାଏ ତଥାପି ଭିଟାମିନ ଡି ଏବଂ ଭିଟାମିନ ଇ ମଧ୍ୟ ରହିଥାଏ,ଯାହା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More