Only for Entertainment

ଖାଆନ୍ତୁ ନାହିଁ ରୋଷେଇରେ ବ୍ୟବହାର ହୋଇନଥିବା ଲୁଣ । ବଢିପାରେ ସମସ୍ୟା ।

30

ଲୁଣକୁ ଛାଡ଼ି ଯଦି କୌଣସି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୁହାଯିବ ତେବେ ନିଶ୍ଚିତ ଭାବରେ ଆପଣ ରୋଷେଇ ନ କରି ଗୁମ ମାରି ବସିଯିବେ । କାରଣ ଲୁଣ ବିନା ଖାଦ୍ୟର କୌଣସି ସ୍ୱାଦ ନଥାଏ । ରୋଷେଇରେ ଲୁଣ ବ୍ୟବହାର ହୋଇଥାଏ ଏହା ତ ଏକ ସାଧାରଣ କଥା । କିନ୍ତୁ କେହି କେହି ସିଧାସଳଖ ମଧ୍ୟ ଖାଦ୍ୟରେ ଲୁଣ ଖାଇଥାନ୍ତି । କିଛି ବ୍ୟକ୍ତି ଅଛନ୍ତି ଖାଦ୍ୟ ସହିତ ଲୁଣ ଧରି ନବସିଲେ ସେମାନଙ୍କ ଖାଇବା ଅଧା ରହିଯାଏ । ତେବେ ଏହି ସିଧାସଳଖ ଲୁଣ ଖାଇବା ଦ୍ୱାରା ଯେ କିଛି ସମସ୍ୟା ସୃଷ୍ଟି ହୋଇଥାଏ ଏହି କଥା ସମସ୍ତେ ଜାଣିନଥାନ୍ତି ।

ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ, ଓଜନ ଏବଂ ଶ୍ୱାସରୋଗ ଭଳି ସମସ୍ୟା ଆରମ୍ଭ ହୋଇଥାଏ । କିନ୍ତୁ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ରୋଷେଇ ହୋଇନଥିବା ଲୁଣ ଖାଇବା ଦ୍ୱାରା ହୃଦଘାତ ଜନିତ ସମସ୍ୟା ଏବଂ କିଡନୀ ସମସ୍ୟା ବଢିଥାଏ ।

କମ ଲୁଣ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହା ଦ୍ୱାରା ଶରୀରରେ କେତେକ ସମସ୍ୟା ଦେଖାଦିଏ ।
ଆମେରିକାନ ହାର୍ଟ ଏସୋସିଏସନ ଏବଂ ହେଲଥ ଏକ୍ସପର୍ଟଙ୍କ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ଦୁଇ ଛୋଟ ଚାମଚ ଲୁଣ ଖାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More