Only for Entertainment

ବର୍ଷା ଦିନେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ

pintrest
0 38

ବର୍ଷା ଋତୁ ଆସିଲେ ଆମେ ଖୁସି ହୋଇଯାଉ। କାରଣ ଗ୍ରୀଷ୍ମଋତୁର ଅସହ୍ୟ ଗୁଳିଗୁଳିରୁ ତ୍ରାହି ପାଇଯାଉ। କିନ୍ତୁ ବର୍ଷାଋତୁ ତା’ସାଙ୍ଗରେ କିଛି ରୋଗ ମଧ୍ୟ ଧରି ଆସିଥାଏ। ଏହି ଋତୁରେ ବାୟୂମଣ୍ଡଳର ଆଦ୍ରତା ବଢିଯିବା ହେତୁ ତଥା ଆଖପାଖର ଅପରିଷ୍କାର ପରିବେଶ ଓ ଅସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ଯୋଗୁଁ ଆମ ‘ଆଖି’ରେ କେତେକ ସମସ୍ୟା ଦେଖା ଯାଇଥାଏ। ତେବେ ଆଖିର ସଠିକ୍ ଯତ୍ନ ନେବା ସହିତ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାଗୁଡିକୁ ପ୍ରତିରୋଧ କରି ହେବ।

ବର୍ଷା ଋତୁରେ ହେଉଥିବା ସାଧାରଣ ଆଖି ରୋଗ ଗୁଡିକ କ’ଣ ?
ବର୍ଷା ଋତୁରେ ହେଉଥିବା ସାଧାରଣ ଆଖି ରୋଗଗୁଡିକ ହେଉଛି କଂଜୁକ୍ଟିଭିଟିଜ୍(ଆଖି ପତା ଫୁଲା),ଷ୍ଟାଏ (ଆଖି ପତାରେ ବ୍ରଣ),ଶୁଷ୍କ ଆଖି ଓ କୋରେନିଆଲ ଅଲସର(ଆଖି ସ୍ୱଚ୍ଛପଟଳରେ ଘା) ।
କଂଜୁକ୍ଟିଭିଟିଜ୍ ବା ଆଖି ପତା ଫୁଲା ଓ ଏହାର କାରଣ
କଂଜୁକ୍ଟିଭିଟିଜ‌୍‍ ବା ଆଖି ପତା ଫୁଲା ତିନି ପ୍ରକାରର ହୋଇଥାଏ। ଏଗୁଡ଼ିକ ହେଉଛି ଇନଫେକଟିଭ‌୍‍ କଂଜୁକ୍ଟିଭିଟିଜ‌୍‍ ବା ସଂକ୍ରମଣ ଜନିତ ଆଖିପତା ଫୁଲା, ଆଲର୍ଜିକ କଂଜୁକ୍ଟିଭିଟିଜ‌୍‍ ଓ କେମିକାଲା କଂଜୁକ୍ଟିଭିଟିଜ‌୍‍। ସଂକ୍ରମଣ ଜନିତ ଆଖିଫୁଲାର ବାହକ ହେଉଛନ୍ତି ବୀଜାଣୁ ଓ ଭୂତାଣୁ। ବିଶେଷ କରି ଆଡେନୋ ନାମକ ଏକ ଭୂତାଣୁ ଦ୍ୱାରା ଏହା ଅଧିକ ବ୍ୟାପୀ ଥାଏ। ବୀଜାଣୁ ଅପେକ୍ଷା ଭୂତାଣୁ ଜନିତ ଆଖିପତା ଫୁଲା ଅଧିକ ହୋଇଥାଏ।
ଭାଇରାଲ କଂଜୁକ୍ଟିଭିଟିଜର ଲକ୍ଷଣ
  • ଆଖି ଲାଲ ପଡିବା,କୁଣ୍ଡେଇ ହେବା, ଖେଞ୍ଚି ହେବା, ଆଖିରୁ ପାଣି ବୋହିବା
କ’ଣ ସତର୍କତା ଅବଲମ୍ବନ କରିବେ?
  • ଅପରିଷ୍କାର ହାତରେ ଆଖିକୁ ଛୁଅନ୍ତୁ ନାହିଁ
  • ସଂକ୍ରମିତ ବ୍ୟକ୍ତିଙ୍କ ଗାମୁଛା, ତକିଆ ଅବା ଅନ୍ୟ କୌଣସି ବ୍ୟକ୍ତିଗତ ଜିନିଷ ବ୍ୟବହାର କରନ୍ତୁ ନାହିଁ
  • କଂଜୁକ୍ଟିଭିଟିଜର ଶିକାର ହୋଇଥିଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More